nalco

ଭୁବନେଶ୍ୱର, ୦୩ ଜାନୁଆରୀ – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶନିବାର ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ୩୩୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୦ କିମି ଲମ୍ବ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭୂମି ପୂଜନ କରିବେ ।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୨୧୫ ନମ୍ବର ଜାତୀୟ ରାଜପଥର ରିମୁଳି-କୋଇଡ଼ା ଭାଗ (ନୂତନ ୫୨୦ ନଂ ଜାତୀୟ ରାଜପଥ)କୁ ୪ ଲେନ ବିଶିଷ୍ଟ କରିବା, ୨୧୫ ନଂ ଜାତୀୟ ରାଜପଥ(ନୂଆ ୫୨୦ ନଂ ଜାତୀୟ ରାଜପଥ)ର କୋଇଡ଼ା-ରାଜାମୁଣ୍ଡା ଭାଗକୁ ଚାରି ଲେନ ବିଶିଷ୍ଟ କରିବା ଏବଂ ୬ ନଂ ଜାତୀୟ ରାଜପଥ (ନୂତନ ୪୯ ନଂ ଜାତୀୟ ରାଜପଥ)ର ସିଙ୍ଗାରା-ବିଞ୍ଜାବାହାଲ ଭାଗକୁ ୪ ଲେନବିଶିଷ୍ଟ କରାଯିବା । ଏହି ପ୍ରକଳ୍ପଗୁଡ଼ିକ ଅଧୀନରେ ୪ଟି ବାଇପାସ, ୩ଟି ଫ୍ଲାଏଓଭର, ୧୧ଟି ବାହନ ଅଣ୍ଡରପାସ, ୧୨ଟି ବୃହତ ସେତୁ, ୫୦ଟି ସାଧାରଣ ସେତୁ ଏବଂ ୩୪ କିମି ସର୍ଭିସ ରୋଡ ରହିଛି ।
ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଆନ୍ତଃରାଜ୍ୟ ସଡ଼କ ଯୋଗାଯୋଗରେ ସୁଧାର ଆସିପାରିବ ଏବଂ ରାଜ୍ୟର ଅନ୍ୟ ଅଂଶ ତଥା ବନ୍ଦରଗୁଡ଼ିକ ସହିତ ଖଣିଜସମୃଦ୍ଧ ଜିଲ୍ଲାଗୁଡ଼ିକର ସଂଯୋଗ ସ୍ଥାପନ ହୋଇପାରିବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ସହିତ ଯାନବାହନ ଯାତାୟାତରେ ହେଉଥିବା ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here