ଭୁବନେଶ୍ୱର : ଓସ୍କାର ଖେଳ ପଡିଆରେ ଚାଲିଥିବା ୧୦ମ ନିରୋଜ ସ୍ମାରକୀ ଓସ୍କାର କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତଭୂଷଣ କ୍ରିକେଟ୍‌ ଏକାଡେମୀ(ବିବିସିଏ) ପ୍ରବେଶ କରିଛି । ବୁଧବାର ପ୍ରଥମ ସେମିଫାଇନାଲରେ ଭାରତଭୂଷଣ ଏକାଡେମୀ ପ୍ରତିପକ୍ଷ ମୁକ୍ତେଶ୍ୱରକୁ ହରାଇଛି ।
ପ୍ରଥମେ ବ୍ୟାଟିଂ କରି ବିବିସିଏ ୩ ୱିକେଟ୍‌ ହରାଇ ୧୫୧ରନ୍‌ କରିଥିଲା । ଅଧିନାୟକ ଜଗଜିତ ଦାସ ସର୍ବାଧିକ ୬୯ରନ୍‌ କରିଥିଲେ । ମୁକ୍ତେଶ୍ୱରର ସିଦ୍ଧେଶ୍ୱର ମାଣିଆ ୨ଟି ଓ କରନ ମାହାପାତ୍ର ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ମୁକ୍ତେଶ୍ୱର ୧୨୧ରନରେ ସୀମିତ ରହିଥିଲା । ବିବିସିଏ’ର ଚଗନ ପଟ୍ଟନାୟକ ୩ଟି, ସ୍ୱରାଜ ରାଉତ ଏବଂ ଜଗଜିତ ଦାସ ଉଭୟ ଗୋଟିଏ ଲେଖାଏଁ ୱିକେଟ୍‌ ସଫଳତା ପାଇଥିଲେ । ସୌମ୍ୟରଞ୍ଜନ ଖଣ୍ଡାୟତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଗଜୀତ ଦାସଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here