SYDNEY, AUSTRALIA - JANUARY 07: Player of the series, Cheteshwar Pujara of India holds up the Border–Gavaskar Trophy as he celebrates India's 2-1 series win after day five of the Fourth Test match in the series between Australia and India at Sydney Cricket Ground on January 07, 2019 in Sydney, Australia, during day five of the fourth Test match in the series between Australia and India at Sydney Cricket Ground on January 07, 2019 in Sydney, Australia. (Photo by Mark Evans/Getty Images)

ସିଡନୀ: ଦୀର୍ଘ ୭୧ ବର୍ଷ ପରେ ପ୍ରଥମଥର ଅଷ୍ଟ୍ରେଲିଆ ମାଟିରେ ଟିମ୍‌ ଇଣ୍ଡିଆ ସିରିଜ୍‌ ଜିତି ଇତିହାସ ରଚିଛି । ୧୯୪୭-୪୮ରୁ ଅଷ୍ଟ୍ରେଲିଆରେ ଭାରତ ଏକାଧିକ ଟେଷ୍ଟ ସିରିଜ୍‌ ଖେଳିଥିଲେ ହେଁ ଜ ବିଜୟର ସ୍ୱାଦ ଚାଖିପାରି ନଥିଲା । କି;ୁ ବିରାଟ୍‌ କୋହଲିଙ୍କ ଟିମ୍‌ ଇଣ୍ଡିଆ ଏହି କୀର୍ତ୍ତିମାନ ହାସଲ କରିବାରେ ସକ୍ଷମ ହୋଇଛି । ଭାରତ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି । ୧୯୪୭-୪୮ରୁ ଭାରତ ୧୧ ଥର ଅଷ୍ଟ୍ରେଲିଆ ଯାଇ ଟେଷ୍ଟ୍‌ ସିରିଜ୍‌ ଖେଳିଥିଲା । କି;ୁ ଦ୍ୱାଦଶ ଥର ଗସ୍ତରେ ହିଁ ଦଳକୁ ସଫଳତା ମିଳିଛି ।
ଏହି ସିରିଜ୍‌ ଜିତି ଇତିହାସ ସୃଷ୍ଟି କରିଥିବା ଟିମ୍‌ ଇଣ୍ଡିଆର ୬ ଜଣ ଖେଳାଳିଙ୍କ ଭୂମିକା ଏବେ ଚର୍ଚ୍ଚାରେ ରହିଛି । ସେମାନଙ୍କ ସମ୍ପର୍କରେ ଜାଣିବା
୧-ଚେତେଶ୍ୱର ପୂଜାରା: ସିରିଜରେ ସବୁଠାରୁ ଭଲ ପ୍ରଦର୍ଶନ ଦେଖାଇଛନ୍ତି ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା । ପୂଜାରା ଉଭୟ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ୍‌ ସମ୍ମାନ ହାସଲ କରିଛନ୍ତି । ୪ଟି ମ୍ୟାଚର ୭ଟି ଇନିଂସ୍‌ ଖେଳିଛନ୍ତି ପୂଜାରା । ଏଥିରେ ସେ ୩ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ କରିଛନ୍ତି । ସୁନୀଲ ଗାଭାସ୍କରଙ୍କଠାରୁ ଆରମ୍ଭ କରି ସଚିନ୍‌ ତେନ୍ଦୁଲକରଙ୍କ ଯାଏ ସମସ୍ତେ ପୂଜାରାଙ୍କୁ ପ୍ରଶଂସା କରିଛନ୍ତି । ପୂଜାରା ଏହି ସିରଜରେ ୭୪.୪୨ ହାରରେ ୫୨୧ ରନ୍‌ କରିଛନ୍ତି । ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ପୂଜାରା ୧୨୩ ରନ୍‌ (୨୪୬ ବଲ୍‌) କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୭୧ ରନ୍‌ (୨୦୪ ବଲ୍‌) କରିଥିଲେ । ତୃତୀୟ ମ୍ୟାଚରପ୍ରଥମ ଇନିଂସରେ ସେ ୧୦୬ ରନ୍‌ (୩୧୯ ବଲ୍‌) କରିଥିବା ବେଳେ ଚତୁର୍ଥ ମ୍ୟାଚର ପ୍ରଥମ ଇନିଂସରେ ୧୯୩ ରନ୍‌ (୩୭୩ ବଲ୍‌) କରିଥିଲେ । ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ ସିରିଜରେ ୫୦୦ରୁ ଅଧିକ ରନ୍‌ କରିବାରେ ପୂଜାରା ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ପୂର୍ବରୁ ବିରାଟ୍‌ କୋହଲି ୨୦୧୪-୧୫ରେ ୬୯୨ ଓ ରାହୁଲ ଡ୍ରାଭିଡ୍‌ ୫୦୦ରୁ ଅଧିକ ରନ୍‌ ହାସଲ କରିଥିଲେ । ଏହି ସରିଜରେ ପୂଜାରା ୧୯୩ରନର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି ।

୨-ଯଶପ୍ରୀତ ବୁମରା: ଗତବର୍ଷ ଜାନୁଆରୀରେ ଯଶପ୍ରୀତ ବୁମରା ଭାରତ ପାଇଁ ଟେଷ୍ଟ ଡେବୁ୍ୟ କରିଥିଲେ । ଏହାପରେ ବୁମରାଙ୍କ ଦବଦବା ପ୍ରତିଟି ମ୍ୟାଚରେ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ମାଟିରେ ବୁମରା ଲଗାତାର ୧୪୦ କିମିରୁ ଊର୍ଦ୍ଧ୍ୱ ବେଗରେ ବୋଲିଂ କରି ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ଅନନ୍ୟ ବୋଲିଂ ଶୈଳୀ ଅଷ୍ଟ୍ରେଲିଆ ବ୍ୟାଟିଂକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା । ଏପରିକି ଅଧିନାୟକ ଟିମ୍‌ ପାଇନ୍‌ ବୁମରାଙ୍କୁ ପ୍ରଶଂସା କରିବାକୁ ପଛାଇନଥିଲେ । ସେ ୪ଟି ମ୍ୟାଚରେ ୨୧ଟି ୱିକେଟ୍‌ ନେଇ ଭାରତର ବୋଲିଂ ବାହିନୀର ନେତୃତ୍ୱ ନେଇଥିଲେ । ବିଶେଷ କରି ମେଲବୋର୍ଣ୍ଣ ଟେଷ୍ଟରେ ବୁମରା ୯ ୱିକେଟ୍‌ ଅକ୍ତିଆର କରି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
୩-ଋଷଭ ପନ୍ତ: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଉଚିତ ଉତ୍ତରାଧିକାରୀ ବୋଲି ପ୍ରମାଣିତ କରିଛନ୍ତି ଋଷଭ ପନ୍ତ । ଅଷ୍ଟ୍ରେଲିଆରେ ଭାରତ ପକ୍ଷରୁ ଦମଦାର ବ୍ୟାଟିଂ କରିଥିବା ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ୪ର୍ଥ ଟେଷ୍ଟରେ ସେ ପ୍ରଥମ ଭାରତୀୟ ୱିକେଟ୍‌ କିପର ଭାବେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି । ଏହା ପନ୍ତଙ୍କ ଦ୍ୱିତୀୟ ଟେଷ୍ଟ ଶତକ ଥିଲା ।ଏହି ସିରଜରେ ଭାରତ ପକ୍ଷରୁ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳିଙ୍କ ମଧ୍ୟରେ ପନ୍ତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ୱିକେଟ୍‌ କିପିଂରେ ମଧ୍ୟ ପନ୍ତ ନିଜର ଜଲୱା ଦେଖାଇସାରିଛନ୍ତି । ସେ ସମୁଦାୟ ୨୦ଟି କ୍ୟାଚ୍‌ ଧରିଛନ୍ତି । ପନ୍ତ ସିରିଜର ପ୍ରଥମ ମ୍ୟାଚରେ ୨୫ ଓ ୨୮ ରନ୍‌ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୩୬ ଓ ୩୦ ରନ୍‌, ତୃତୀୟ ମ୍ୟାଚରେ ୩୯ ଓ ୩୩ ରନର ଇନିଂସ୍‌ ଖେଳିଥିଲେ । ସିଡନୀ ଟେଷ୍ଟର ପ୍ରଥମ ପାଳିରେ ପନ୍ତ ୧୫୯ ରନର ଅପରାଜିତ ଇନିଂସ୍‌ ଖେଳି ରେକର୍ଡ ସୃଷ୍ଟି କରିଥିଲେ ।
୪-ବିରାଟ୍‌ କୋହଲି: ୪ଟି ମ୍ୟାଚରେ ବିରାଟ୍‌ ୨୮୨ ରନ୍‌ କରିଛନ୍ତି । ଏହି ସିରିଜର ଦ୍ୱିତୀୟ ଟେଷ୍ଟରେ ବିରାଟ ଶତକ ହାସଲ କରିଥିଲେ । ଏହା ଅଷ୍ଟ୍ରେଲିଆରେ ବିରାଟ୍‌ଙ୍କ ୬ଷ୍ଠ ଶତକ ଥିଲା । ଏପରି ଶତକ ମାରି ସେ ସଚିନ୍‌ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ଏହା ବ୍ୟତୀତ ବିରାଟ୍‌ଙ୍କ କ୍ୟାପଟେନସିପ୍‌ ଯୋଗୁ ଭାରତ ଅଷ୍ଟ୍ରେଲିଆରେ ସିରିଜ୍‌ ଜିତିଛି ।
୫-ମହମ୍ମଦ ସାମି: ମହମ୍ମଦ ସାମି ଭାରତକୁ ଦରକାର ସମୟରେ ୱିକେଟ୍‌ ସଫଳତା ଦେଇଥିଲେ । ଏହି ସିରିଜର ୪ଟି ମ୍ୟାଚରେ ସାମି ୧୬ଟି ୱିକେଟ୍‌ ଅକ୍ତିଆର କରିଛନ୍ତି । ପ୍ରଥମ ଟେଷ୍ଟରେ ସେ ୫ଟି ୱିକେଟ୍‌ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଭାରତ ଏହି ମ୍ୟାଚରେ ୩୧ ରନ ବ୍ୟବଧାନରେ ବିଜୟୀ ହୋଇଥିଲା । ପର୍ଥରେ ମଧ୍ୟ ସେ ୫୬ ରନ୍‌ ଦେଇ ୬ଟି ୱିକେଟ୍‌ ନେଇଥିଲେ । ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନଥିଲା ।
୬-ଇଶାନ୍ତ ଶର୍ମା: ପ୍ରଥମ ୩ଟି ମ୍ୟାଚରେ ଈଶାନ୍ତ ଶର୍ମା ୧୧ଟି ୱିକେଟ୍‌ ନେଇଥିଲେ । ଅଷ୍ଟ୍ରେଲିଆ ପିଚରେ ନିଜ ଉଚ୍ଚତାକୁ ବ୍ୟବହାର କରି ଈଶାନ୍ତ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here