ଭୁବନେଶ୍ୱର : ତାଳଚେର କଣିହାଁ ସ୍ଥିତ ଏନ୍‌ଟିପିସି ରିକି୍ରଏସନ୍‌ ସେଣ୍ଟରରେ ୨୪ତମ ଆନ୍ତଃ ଜିଲ୍ଲ ଏବଂ ଓଡ଼ିଶା ରାଜ୍ୟ ଟେବୁଲ୍‌ ଟେନିସ୍‌ ଚାମ୍ପିଅନ୍‌ସିପ୍‌ ଆରମ୍ଭ ହୋଇଛି । ଏହି ମେଗା ପ୍ରତିଯୋଗିତାରେ ୨୦ଟି ଜିଲ୍ଲା ଓ ୬ଟି ଅନୁଷ୍ଠାନର ୨୦୦ରୁ ଊଦ୍ଧ୍ୱର୍ ବାଳକ ଓ ବାଳିକା ପ୍ରତିଯୋଗୀ ଭିନ୍ନଭିନ୍ନ ବର୍ଗରେ ଅଂଶ ଗ୍ରହଣ କରିଛନ୍ତି । ୨୧ ତାରିଖରେ ପ୍ରତିଯୋଗିତା ଶେଷ ହେବ । ଉଦ୍‌ଘାଟନୀ ଉତ୍ସବରେ ଏନ୍‌ଟିପିସିର ଚିଫ୍‌ ଜେନେରାଲ୍‌ ମ୍ୟାନେଜର ସନ୍ତୋଷ ଜେମ୍ସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର କୁମାର ପରିଡ଼ା, ରଶ୍ମିରଞ୍ଜନ ଶତପଥୀ, ନିରଞ୍ଜନ ଅଚାର୍ଯ୍ୟ, କରୁଣାକର ଦାସ ଏବଂ ପିକେ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାକୁ ମୁଖ୍ୟ ରେଫରୀ ଜୀବନ ବଲ୍ଲଭ ସାମଲ ପରିଚାଳନା କରୁଛନ୍ତି ।
ପ୍ରଥମ ଦିନ ସନ୍ଧ୍ୟାରେ ଅନୁଷ୍ଠିତ ଜୁନିଅର୍‌ ବାଳକ ପ୍ରତିଯୋଗିତାରେ କଟକ ଏ’, ଖୋର୍ଦ୍ଧା ଏ’, ଭୁବନେଶ୍ୱର ଏ’ ଏବଂ ଭୁବନେଶ୍ୱର ବି’ ବିଜୟୀ ହୋଇ ଜୁନିଅର୍‌ ଟିମ୍‌ ଚାମ୍ପିଅନସିପ୍‌ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି । ପୁରୁଷ ଦଳଗତ ଇଭେଣ୍ଟର ଲିଗ୍‌ ପର୍ଯ୍ୟାୟରେ କଟକ ବି’, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ, ଏଜି ଓଡ଼ିଶା, କଟକ ଏ’ ଫାଇନାଲ୍‌ ଲିଗ୍‌ ଖେଳିବେ ।

LEAVE A REPLY

Please enter your comment!
Please enter your name here