nalco

ଆବୁଧାବୀ: ଆଗାମୀ ଏଏଫ୍‌ସି ଏସିଆନ୍‌ କପ୍‌ ଫୁଟବଲ ନିମନ୍ତେ ୨୩ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଜାତୀୟ ଚୟନକର୍ତ୍ତାଙ୍କ ସହ ମୁଖ୍ୟ କୋଚ୍‌ ଷ୍ଟିଫେନ୍‌ କନ୍‌ଷ୍ଟାଣ୍ଟିନ୍‌ ଏହି ଦଳ ଚୟନ କରିଛନ୍ତି । ସୁନୀଲ ଛେତ୍ରୀ ଅଧିନାୟକ ଦାୟିତ୍ୱ ତୁଲାଇବେ । ଆସନ୍ତାବର୍ଷ ଜାନୁଆରୀ ୫ରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ୟୁଏଇ’ରେ ଏସିଆନ୍‌ କପ୍‌ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହେବ । ଜାନୁଆରୀ ୬ରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଥାଇଲାଣ୍ଡକୁ ଭେଟିବ । ଜାନୁଆରୀ ୧୦ରେ ୟୁଏଇ ଏବଂ ୧୪ ତାରିଖରେ ବାହାରିନ୍‌ ସହ ଭାରତ ମ୍ୟାଚ୍‌ ଖେଳିବ । ୨୩ ଜଣିଆ ଦଳ ବ୍ୟତୀତ ୫ ଜଣଙ୍କୁ ଷ୍ଟାଣ୍ଡବାଏ ରଖାଯାଇଛି । ଏମାନେ ଜାନୁଆରୀ ୨ ପର୍ଯ୍ୟନ୍ତ ଦଳ ସହ ରହିବେ । ଅବଶ୍ୟକୀୟ ସ୍ଥଳେ ଖେଳାଳି ଅଦଳବଦଳ ହେବ । ଗତ ୨୦ ତାରିଖରେ ୨୮ ଜଣିଆ ଭାରତୀୟ ଦଳ ଆବୁଧାବୀଗସ୍ତ କରିଥିଲା । ଏସିଆ ମହାଦେଶରେ ଭାରତ ଶ୍ରେଷ୍ଠ ୮ ତାଲିକାରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି ।
ଭାରତୀୟ ଦଳ: ଗୋଲକିପର- ଗୁରପ୍ରୀତ ସିଂ ସାନ୍ଧୁ, ବିଶାଲ କେଥ୍‌, ଅମରିନ୍ଦର ସିଂ । ଡିଫେଣ୍ଡର୍ସ- ପ୍ରିତମ ଖୋଥାଲ, ସାର୍ଥକ ଗୋଲୁଇ, ସନ୍ଦେଶ ଝିଙ୍ଗାନ୍‌, ଅନସ ଏଡାଥୋଡିକା, ସଲମ୍‌ ରଞ୍ଜନ ସିଂ, ସୁବାଶିଷ ବୋଷ, ନାରାୟଣ ଦାସ । ମିଡ଼ଫିଲïର୍ସ- ଉଦାନ୍ତ ସିଂ, ଜ୍ୟାକି ଚାନ୍ଦ ସିଂ, ଜରମନପ୍ରୀତ ସିଂ, ପ୍ରଣୟ ହାଲଦାର, ଅନିରୁଦ୍ଧ ଥାªା, ବିନିତ ରାୟ, ରାଓଲିନ୍‌ ବୋରଗେସ୍‌, ଆସିକ୍‌ କୁରୁନିଆନ୍‌, ହଲିଚରନ୍‌ ନାର୍ଜାରୀ । ଫରୱାଡର୍ସ- ସୁମିତ ପାଶି, ବଲୱନ୍ତ ସିଂ, ସୁନୀଲ ଛେତ୍ରୀ ଓ ଜେଜେ ଲାଲ ଫେଖଲୁଆ ।

LEAVE A REPLY

Please enter your comment!
Please enter your name here