ଅର୍ଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌
ଭୁବନେଶ୍ୱର: ହକି ବିଶ୍ୱକପ୍‌ରେ ଟାଣୁଆ ଦଳ ବେଲଜିୟମ୍‌ ଦମାକାଦାର ଆରମ୍ଭ କରିଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ ପୁଲ୍‌ ସି’ର ବେଲଜିୟମ୍‌ ୨-୧ ଗୋଲ୍‌ରେ କାନାଡାକୁ ହରାଇଛି । ଫେଲିକ୍ସ ଡେନାୟର ଓ ଅଧିନାୟକ ଥୋମାସ୍‌ ବ୍ରିଏଲ୍ସ ବେଲଜିୟମ୍‌ ବିଜୟରେ ମୁଖ୍ୟ ପୁରୋଧା ସାଜିଥିଲେ । କାନାଡା ପକ୍ଷରୁ ମାର୍କ ପିଅରସନ୍‌ ଗୋଲ୍‌ ପରିଶୋଧ କରିବାକୁ ସମର୍ଥ ହୋଇଥିଲେ । ଭାନ୍‌ ଡୋରେନ୍‌ ଅର୍ଥରଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିବା ବେଳେ ବେଲଜିୟମ୍‌ ପୂର୍ଣ୍ଣସଂଖ୍ୟକ ୩ ପଏଣ୍ଟ ଅର୍ଜନ କରିଛି ।
ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର ବେଲଜିୟମ୍‌ ନିୟନ୍ତ୍ରଣରେ ଥିଲା । ଖେଳର ତୃତୀୟ ମିନିଟ୍‌ରେ ଡେନାଏର ଫେଲିକ୍ସ ଫିଲï ଗୋଲ୍‌ କରି ଦଳକୁ ୧-୦ରେ ଅଗ୍ରଣୀ କରିଥିଲେ । ମ୍ୟାଚ୍‌ର ୨୩ତମ ମିନିଟ୍‌ରେ ବେଲଜିୟମ୍‌ ଦ୍ୱିତୀୟ ଗୋଲ୍‌ର ସୁଯୋଗ ପାଇଥିଲା । ଅଧିନାୟକ ଥୋମସ୍‌ ବ୍ରିଏଲ୍ସ ଚମକିାର ଫିଲï ଗୋଲ ଦେବାରୁ ବେଲଜିୟମ୍‌ ୨-୦ରେ ପ୍ରଥମାର୍ଦ୍ଧ ଖେଳ ଶେଷ କରିଥିଲା । ୧୦ ମିନିଟ୍‌ର ମଧ୍ୟାନ୍ତର ବ୍ରେକ୍‌ ପରେ ଗୋଲ୍‌ ପୋଷ୍ଟ ବଦଳାଇ ଉଭୟ ଦଳ ପଡ଼ିଆକୁ ଆସିଥିଲେ । ବେଲଜିୟମ୍‌ର ଭଲ ଡିଫେନ୍ସ ଲାଇନ୍‌ ସତ୍ତେ୍ୱ କାନାଡା ପ୍ରଥମ ଗୋଲ୍‌ କରିବାରେ ସମର୍ଥ ହୋଇଥିଲା । ମ୍ୟାଚ୍‌ର ୪୮ତମ ମିନିଟ୍‌ରେ ପେନାଲଫି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲା କାନାଡା । ମାର୍କ ପିୟରସନ୍‌ ଏକମାତ୍ର ଗୋଲ୍‌ କରିଥିଲେ । ଶେଷ ପର୍ଯ୍ୟନ୍ତ କାନାଡା ଲଢ଼ିଥିଲେ ମଧ୍ୟ ବେଲଜିୟମ୍‌ ସମ୍ମୁଖରେ ହାତ ଟେକିବାକୁ ବାଧ୍ୟ ହୋଇଥିଲା । ବିଜୟରୁ ଅଭିଯାନ ଆରମ୍ଭ କରିଥିବା ବେଲଜିୟମ୍‌ ୨ ତାରିଖରେ ଘରୋଇ ଦଳ ଭାରତକୁ ଭେଟିବ । ଏହି ମ୍ୟାଚ୍‌ରେ ଉଭୟ ଟିମ୍‌ ବିଜୟୀ ହୋଇ କ୍ରସ୍‌ ଓଭର ପାଇଁ ସ୍ଥାନ ପMା କରିବାକୁ ପ୍ରୟାସ କରିବେ ।
ଆଜିର ମ୍ୟାଚ୍‌
ପୁଲ୍‌ ଏ’
ଆର୍ଜେଣ୍ଟିନା-ସ୍ପେନ୍‌
ଅପରାହ@ ୫ଟା
ନୁ୍ୟଜିଲାଣ୍ଡ-ଫ୍ରାନ୍ସ
ରାତି ୭ଟା

Loading...

LEAVE A REPLY

Please enter your comment!
Please enter your name here