nalco

ଭୁବନେଶ୍ୱର : ନବବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଓଡିଶାବାସୀଙ୍କ ପାଇଁ ଏହି ନବ ବର୍ଷ ସୁଖ , ଶାନ୍ତି ଓ ସମୃଦ୍ଧିମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପକ୍ଷରେ ଶ୍ରୀ ପଟ୍ଟନାୟକ ସ୍ୱର୍ଗଦ୍ୱାର ଯାଇ ବିଜୁ ବାବୁଙ୍କ ସମାଧି ଉପରେ ଫୁଲତୋଡା ଦେଇ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିଲା ।  ମଙ୍ଗଳବାର ମଧ୍ୟାହ୍ଣ ୧୨ଟା ପାଖାପାଖି ପୁରୀରେ ପହଂଚିିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ମନ୍ଦିର ଭିତରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଶ୍ରୀମନ୍ଦିରରେ ସେ ପ୍ରାୟ ୨୦ ମିନିଟ୍ ଅତିବାହିତ କରିବା ପରେ ଫେରିଥିଲେ । ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ସାର୍ଥକ ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ରହଣିକୁ ତଦାରଖ କରିଥିଲେ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସଚ୍ଚିବାଳୟ ଯିବେ । ସେଠାରେ ସଚିବାଳୟ ଅଧିକାରୀ ,କର୍ମଚାରୀ ,ସଂଗଠନ ଇତ୍ୟାଦି ମୁଖ୍ୟମନ୍ତ୍ରୀ ଭେଟି ନବ ବର୍ଷର ଶୁଭେଚ୍ଛା ଜଣାଇବେ ।

LEAVE A REPLY

Please enter your comment!
Please enter your name here