ହକି ବିଶ୍ୱ ମହାକୁମ୍ଭ
ଫ୍ୟାନ ଭିଲେଜକୁ ଆସିଲେନି ପାକ୍‌ ଖେଳାଳି
ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ନିମନ୍ତେ କଳିଙ୍ଗ ଷ୍ଟାଡିୟମରେ ଫ୍ୟାନ୍‌ ଭିଲେଜ ୍‌ଖୋଲା ଯାଇଛି । ଏଥିରେ ଦର୍ଶକ ଓ ଅଂଶଗ୍ରହଣକାରୀ ରାଷ୍ଟ୍ରର ଖେଳାଳିମାନେ ଏକାତ୍ରୀତ ହେବାର ବ୍ୟବସ୍ଥା ହୋଇଛି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ଫ୍ୟାନ୍‌ଭିଲେଜ୍‌ରେ । ଯେଉଁମାନେ ବିଶ୍ୱକପର ମଜା ଷ୍ଟାଡିୟମରେ ଦେଖିବାର ସୁଯୋଗ ପାଇ ନାହାନ୍ତି, ସେମାନେ ଫ୍ୟାନ୍‌ ଭିଲେଜରେ ଲାଗିଥିବା ବଡ ପରଦାରେ ଉପଭୋଗ କରୁଛନ୍ତି । ବିଶ୍ୱକପ ୫ମ ଦିନରେ ପଦାର୍ପଣ କରିଥିବାବେଳେ ଫ୍ୟାନ ୍‌ଭିଲେଜ୍‌ରେ ଦର୍ଶକ ମନଭରି ମ୍ୟାଚର ମଜା ସାଙ୍ଗକୁ ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବାର ସୁଯୋଗ ପାଉଛନ୍ତି । ବିଶ୍ୱକପ ସମୟରେ ଦର୍ଶକଙ୍କ ପାଇଁ ଫ୍ୟାନ ଭିଲେଜ୍‌ ଅଭୁଲା ସ୍ମìତି ଆଣି ଦେଇଛି । ରବିବାର ଅପରାହ@ରେ ପାକିସ୍ତାନ ହକି ଦଳ ଫ୍ୟାନ୍‌ ଭିଲେଜକୁ ଆସିବାର ଥିଲା । ଏମାନେ ଓଡ଼ିଶା ପୋଲିସ୍‌ ଷ୍ଟାଲ ବୁଲିଥାନ୍ତେ । କି;ୁ ଶେଷ ମୁହୂର୍ତ୍ତରେ ସବୁ ଖେଳାଳିଙ୍କ ଉପସ୍ଥିତ ରହିପାରିବେ ନାହିଁ ବୋଲି ଘୋଷଣା କରାଯାଇଥିଲା ।

ପ୍ରଥମ ମ୍ୟାଚ୍‌ ବେଳେ ଫାଙ୍କା, ଭାରତ ମ୍ୟାଚରେ ଗ୍ୟାଲେରୀ ଫୁଲ
ହକି ବିଶ୍ୱକପରେ ଘରୋଇ ଦଳକୁ ଭରପୁର ସମର୍ଥନ ମିଳିଛି । ଏହା ଦେଖିବାକୁ ମିଳିଥିଲା ରବିବାର ମ୍ୟାଚରେ । ରବିବାର ଦୁଇଟି ମ୍ୟାଚ୍‌ କାନାଡା-ଦକ୍ଷିଣ ଆଫ୍ରିକା ଏବଂ ଭାରତ-ବେଲଜିୟମ ମଧ୍ୟରେ ଖେଳା ଯାଇଥିଲା । ପ୍ରଥମ ମ୍ୟାଚରେ କାନାଡା ଓ ଦ.ଆଫ୍ରିକା ପରସ୍ପରକୁ ଭେଟିଥିଲେ । ହେଲେ ଦର୍ଶକଙ୍କ ଆଗ୍ରହ ଉପସ୍ଥିତି କମ ପରିଲକ୍ଷିତ ହୋଇଥିଲା । ହେଲେ ମ୍ୟାଚ୍‌ର ଅଗ୍ରଗତି ସହ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଭାରତ-ବେଲଜିୟମ ମ୍ୟାଚ୍‌ ଆରମ୍ଭ ହେବା ବେଳକୁ ଗ୍ୟାଲେରୀ ପୂର୍ଣ୍ଣ ହୋଇଯାଇଥିଲା । ପୂର୍ବ ମ୍ୟାଚ୍‌ ଗୁଡିକ ଭଳି ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ମିଳିନଥିଲା । ଗ୍ୟାଲେରୀରେ ଉପସ୍ଥିତ ଦର୍ଶକଙ୍କ ଜିଜେଗା ଭାଇ ଜିତେଗା ଇଣ୍ଡିଆ ଜିତେଗା ଧୁନ୍‌ ହକି ବିଶ୍ୱକପର ମାହୋଲକୁ ଭିନ୍ନତା ଦେଇଥିଲା । ବିଶ୍ୱକପର ପଦାର୍ପଣ ମ୍ୟାଚରେ ଭାରତ ୫-୦ ଗୋଲରେ ଦ.ଆଫ୍ରିକାକୁ ହରାଇ ଅଭିଯାନ ଆରମ୍ଭ କରିଥିଲା । ଭାରତୀୟ ଦଳରେ ଦୁଇ ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଓ ଅମିିତ ରୋହିଦାସ ସ୍ଥାନ ପାଇଥିବାରୁ ଦର୍ଶକଙ୍କ ଉତ୍ସାହ କହିଲେ ନସରେ ।

ମ୍ୟାଚର ମଜା ନେଲେ ଦୀପସାନ
୨୦୧୭ ଏସିଆ କପ୍‌ ହକି ବିଜେତା ଭାରତୀୟ ଦଳର ସଦସ୍ୟ ଓଡ଼ିଆ ପୁଅ ଦୀପସାନ ତୀର୍କି ହକି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇ ନାହାନ୍ତି । କି;ୁ ଟିମ୍‌ ଇଣ୍ଡିଆ ପ୍ରତି ଭଲ ପାଇବା ତାଙ୍କର କମ ହୋଇ ନାହିଁ । ହକି ବିଶ୍ୱ କପର ମୋହ ତାଙ୍କୁ କଳିଙ୍ଗଷ୍ଟାଡିୟମକୁ ଟାଣି ଆଣିଛି। ରବିବାର ଭାରତ-ବେଲଜିୟମ ମ୍ୟାଚ ଦେଖିବାକୁ ଦୀପସାନ ଆସିଥିଲେ । ସାଥୀ ଖେଳାଳିଙ୍କୁ ସମର୍ଥନ ଦେବାକୁ ପଶ୍ଚିମ ଷ୍ଟାଣ୍ଡରେ ବସିଥିଲେ ଦୀପସାନ । ତାଙ୍କ ସହ ସେଲଫି ନେବାର ସୁଯୋଗ ହରାଇ ନଥିଲେ ଦର୍ଶକ ।
ହକିର ଏ;ୁଡୀଶାଳ ସୁନ୍ଦରଗଡରେ ୧୯୯୮ରେ ଜନ୍ମଗ୍ରହଣ କରିଥିଲେ ଦୀପସାନ । ୨୦୧୬ ଜୁନିୟର ହକି ବିଶ୍ୱକପରେ ଭାରତୀୟ ଜୁନିୟର ଦଳର ସେ ଉପଅଧିନାୟକ ଥିଲେ । ସେ ୨୦୦୯ରେ ରାଉରକେଲା କ୍ରୀଡା ଛାତ୍ରାବାସରେ ଯୋଗ ଦେଇଥିଲେ । ସେ ୨୦୧୪ ସୁଲତାନ ଜୋହର କପରେ ଜୁନିଅର ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ । ପୁନଶ୍ଚ ହକି ଇଣ୍ଡିଆ ଲିଗରେ କଳିଙ୍ଗ ଲାନସର୍ସ ପକ୍ଷରୁଖେଳିଛନ୍ତି । ୨୦୧୬ ଲକ୍ଷ୍ନୌ ଜୁନିୟର ବିଶ୍ୱ କପରେ ଚାମ୍ପିଅନ ହୋଇଥିବା ଭାରତୀୟ ଦଳର ସେ ପ୍ରମୁଖ ସଦସ୍ୟ ଥିଲେ ।

ଆସ କରିବା ଏତେ ବୋବାଲ, ଓଡ଼ିଶା ନæô ହେବ ଗ୍ଲୋବାଲ ସଂଗୀତରେ ଝୁମିଲେ ଦର୍ଶକ
ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ନିମନ୍ତେ ଜୟ ହିନ୍ଦ ହିନ୍ଦ ଜୟ ଇଣ୍ଡିଆ ସଂଗୀତ ପ୍ରସ୍ତୁତ ହୋଇଛି । ଏହାର ଓଡ଼ିଆ ଭର୍ସନ୍‌ ଆସ କରିବା ଏତେ ବୋବାଲ, ଓଡ଼ିଶାର ନାଁ ହେବ ଗ୍ଲୋବାଲ’ ବିଶ୍ୱକପରେ ଧୁମ ୍‌ମଚାଉଛି । ବଲିଉଡ୍‌ ଖ୍ୟାତନାମା ଗାୟକ ମିକା ସିଂ ଏହାକୁ ଗାଇଛନ୍ତି । ଏହା ସମ୍ବଲପୁରୀ ରିଦମ୍‌ରେ ପ୍ରସ୍ତୁତ କରାଯାଇଛି । କାନାଡା-ଦ.ଆଫ୍ରିକା ମ୍ୟାଚର ମଧ୍ୟାନ୍ତର ବେଳେ ଆସକରିବା ଏତେ ବୋବାଲ, ଓଡ଼ିଶା ନæô ହେବ ଗ୍ଲୋବାଲ ଗୀତରେ ଦର୍ଶକ ମତୁଆଲା ହୋଇଥିଲେ । ନିଜ ନିଜ ଆସନ ରୁଉଠି ଦର୍ଶକ ନୃତ୍ୟ କରିବାକୁ ଲାଗିଥିଲେ ।
କାନାଡାକୁ ପ୍ରଥମ ପେନାଲଫି ଷ୍ଟ୍ରୋକ୍‌
ହକି ବିଶ୍ୱକପର ନବମ ମ୍ୟାଚରେ ପ୍ରଥମ ପେନାଲଫି ଷ୍ଟ୍ରୋକ୍‌ ଦେଖିବାକୁ ମିଳିଛି । ରବିବାର କାନାଡା ଓ ଦକ୍ଷିଣ ଆଫ୍ରିକା ମ୍ୟାଚର ତୃତୀୟ କ ୍ୱାର୍ଟରର ଶେଷ ମିନିଟ୍‌(୪୫ତମ)କାନାଡା ଅଧିନାୟକ ସ୍କଟ୍‌ ଟୁପର ଏହି ଜମାଣିଆ ପେନାଲଫି ଷ୍ଟ୍ରୋକ ସହାୟତାରେ ଗୋଲ ସ୍କୋର କରି ଦଳ ପରାଜୟକୁ ଟାଳିଥିଲେ । ଚଳିତ ସଂସ୍କରଣରେ କାନାଡା ନାଁରେଏହା ପ୍ରଥମ ପେନାଲଫି ଷ୍ଟ୍ରୋକ୍‌ ଗୋଲ।

ଓଡ଼ିଶା ମୁହାଁ ବିଦେଶୀ
ଭୁବନେଶ୍ୱରକୁ ଘାରିଛି ହକି ଜ୍ୱର । ପୁରୁଷ ବିଶ୍ୱକପର ଚତୁଦର୍ଶ ସଂସ୍କରଣରେ ଆୟୋଜକ ଭାରତ ସମେତ ବିଶ୍ୱର ୧୬ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଭାରିକୁ ବାଦ ଦେଲେ ବାକି ଦଳଗୁଡିକୁ ସମର୍ଥନ ଦେବା ପାଇଁ ବିଭିନ୍ନ ଦେଶରୁ ପ୍ରଶଂସକ ଛୁଟିଛନ୍ତି ଭୁବନେଶ୍ୱର । ଦିନକ ଆଗରୁ ଆୟରଲାଣ୍ଡ ମ୍ୟାଚ୍‌ ବେଳେ ୧୫ ଜଣ ସମର୍ଥକ ପୂର୍ବଷ୍ଟାଣ୍ଡରେ ଦଳକୁ ସମର୍ଥନ ଦେଇଥିଲେ । ଓଡ଼ିଶାରେ ପର୍ଯ୍ୟଟନସ୍ଥଳ ବୁଲିବା ସାଙ୍ଗକୁ ଏଠାର କଳାସଂସ୍କୃତି, ଖାଦ୍ୟ ତଥା ମ୍ୟାଚ୍‌ ଦେଖିବାର ମଜା ଉଠାଉଛନ୍ତି ।

ସ୍ପେନ୍‌ ଅଧିନାୟକ ଡେଲାସ୍‌ ବିଶ୍ୱକପରୁ ବାଦ୍‌
ହକି ବିଶ୍ୱକପ ଆରମ୍ଭରୁ ସ୍ପେନ୍‌କୁ ଝଟକା ଲାଗିଛି । ଦଳର ଅଭିଜ୍ଞ ତଥା ଅଧିନାୟକ ମିଗେ୍ୱଲ ଡେଲାସ୍‌ ଆରତ ହେବା କାରଣରୁ ତାଙ୍କୁ ଦଳରୁ ବାଦ ଦିଆଯାଇଥିବା ନେଇ ଘୋଷଣା କରାଯାଇଛି । ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନ ନିକଟରୁ ୟୁରୋପୀୟ ଦଳ ସ୍ପେନ୍‌ ପ୍ରଥମ ମ୍ୟାଚରେ ହାରିଥିଲା। ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା । ଡାକ୍ତରୀ ପରୀକ୍ଷା ପରେ ସେ ଆଉ ବିଶ୍ୱକପ ଖେଳିବା ସମ୍ଭବ ନୁହେଁ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ମାତ୍ର ଗୋଟିଏ ପରେ ଡେଲାସଙ୍କ ବିଶ୍ୱକପ ଅଭିଯାନ ଶେଷ ହୋଇଯାଇଛି ।

ଷ୍ଟାଡିୟମରେ ତାରା ଭ୍ରମ
ଭାରତ-ବେଲଜିୟମ ମ୍ୟାଚର ମଧ୍ୟାନ୍ତରରେ ଗ୍ୟାଲେରୀରେ ତାରା’ ଭ୍ରମ ସୃଷ୍ଟି ହୋଇଥିଲା। ପଡିଆରେ ଓଲି ମନୋରଞ୍ଜନ କରୁଥିବା ବେଳେ ଗ୍ୟାଲେରୀରେ ଉପସ୍ଥିତ ଦର୍ଶକ ଏକାସାଙ୍ଗରେ ମୋବାଇଲ ଫ୍ଲାସ ଜଳାଇଥିଲେ। ଫଳରେ ଗ୍ୟାଲେରୀରେ ତାରା ଭ୍ରମ ସୃଷ୍ଟି ହୋଇଥିଲା।

Loading...

LEAVE A REPLY

Please enter your comment!
Please enter your name here