ଛତ୍ରପୁର : ଶିକ୍ଷୟତ୍ରୀ ଭାଗ୍ୟବତୀ ବେହେରାଙ୍କ ଦ୍ୱାରା ପ୍ରଯୋଜିତ ଆଲବମ୍ “ ଆସ ଆମେ ସ୍କୁଲ ଯିବା” ଭୂବନେଶ୍ୱର ଠାରେ ଆୟୋଜିତ ଶିଶୁ ମହୋତ୍ସବ ସୂରଭି ଏବଂ ବ୍ରହ୍ମପୁର ଠାରେ ଆୟୋଜିତ ମହାନଗର ପୁସ୍ତକ ମେଳାରେ ଉନ୍ମୋଚନ ହୋଇଯାଇଛି । ଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଓପେପା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ମିଶ୍ର, ଗଂଜାମ ଜିଲ୍ଲା ଶିକ୍ଷାଅଧିକାରୀ ଡଃ.ସନାତନ ପଣ୍ଡା, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ ଏହି ଆଲବମ୍ କୁ ଉନ୍ମୋଚନ କରିଛନ୍ତି । ଶିକ୍ଷକ ତଥା କବି ଅଜିତ୍ କୁମାର ସେଠୀ ଗୀତ ଗୁଡିକୁ ରଚନା କରିବା ସହିତ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଛାତ୍ରଛାତ୍ରୀ, ଶିକ୍ଷକ/ ଶିକ୍ଷୟତ୍ରୀ ଙ୍କ ଠାରୁ ଆରମ୍ଭ କରି ସମାଜର ସବୁ ବର୍ଗର ଲୋକଙ୍କ ମନକୁ ଛୁଇଁଲା ଭଳି ନଅଟି ଗୀତ ଏହି ଆଲବମ୍ ରେ ସ୍ଥାନ ପାଇଛି । ଏଥିରେ ଓଡିଶାର କ୍ଷାତନାମ କଣ୍ଠଶିଳ୍ପୀ ସୈାରଭ ନାୟକ, ମାନସୀ ପାତ୍ର, ଉଦିତ, ଚୁନି, ସୋନାଲୀ, ଅଜିତ୍ ଆଦି କଣ୍ଠଦାନ କରିଛନ୍ତି । ଓଡିଶାର ଆଗଧାଡିର ସଂଗୀତ ନିର୍ଦ୍ଦେଶକ ବୁଲୁ ମିଶ୍ର ଏହାକୁ ପରିଚାଳନା କରିଥିବା ବେଳେ ଗଂଜାମ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ବିନୀତା ସେନାପତି, ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ କୁମାର ଧଳ, ବ୍ରହ୍ମପୁର ପୁସ୍ତକ ମେଳାର ସଭାପତି ସୁଶାନ୍ତ ଦାସ, ରବି ଗୈାଡ ଓ ନରେଶ ବେହେରା ପ୍ରମୁଖ ସହଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here