ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ କଳାମାଟିଆ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଛି ଅବ୍ୟବସ୍ଥା । ସମସ୍ତ ବ୍ୟବସ୍ଥା ଥାଇ ସୁଦ୍ଧା ଏଠି ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ୫ମ ଶ୍ରେଣୀ ଯାଏଁ ମୋଟ ୨୧ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ୨ଜଣ ଶିକ୍ଷକ ମଧ୍ୟ ନିଯୁକ୍ତି ହୋଇଛନ୍ତି । କିନ୍ତୁ ଗତ ଗୁରୁବାର ଠାରୁ ଅନବରତ ଭାବେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି ଛାତ୍ର ଛାତ୍ରୀ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଉକ୍ତ ବିଦ୍ୟାଳୟରେ ୨ ଜଣ ଶିକ୍ଷକ ପଦ୍ମଚରଣ ପ୍ରଧାନ ଓ ରାଜୁ ନାହାକ ଏଠାରେ ନିଯୁକ୍ତ ଅଛନ୍ତି । କିନ୍ତୁ ଶିକ୍ଷକ ରାଜୁ ନାହାକ ବାରମ୍ବାର ଜଣେ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିବା ଫଳରେ ସେ ନେଇ ଗ୍ରାମରେ ସଭା କରାଯାଇ ଉକ୍ତ ଶିକ୍ଷକଙ୍କୁ ବିଦ୍ୟାଳୟକୁ ଆସିବାକୁ ବାରଣ କରାଯାଇଛି । ସେହି ଘଟଣାକୁ ନେଇ ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିବା ବେଳେ କୋ÷ଣସି କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ସଂପୃକ୍ତ ଶିକ୍ଷକ ଜଣକ ଏବେ ପ୍ରତିଦିନ ବି.ଇ.ଓ କାର୍ଯ୍ୟାଳୟରେ ବସି ରହି ଦରମା ପାଇଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଆଉ ଜଣେ ଶିକ୍ଷକ ପଦ୍ମଚରଣ ପ୍ରଧାନ ଗତ ଗୁରୁବାର ଅପରାହ୍ନ ଠାରୁ ବିଦ୍ୟାଳୟକୁ ଆସୁନାହାନ୍ତି ଏବଂ ଜଣେ ଅଣ୍ଡର ମାଟ୍ରିକ ଝିଅକୁ ବିଦ୍ୟାଳୟକୁ ପାଠ ପଢ଼ାଇବା ପାଇଁ ଡ଼ାକି ଆଣୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତ କିଛି ଦିନ ଧରି ଏହି ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here