ଭୁବନେଶ୍ୱର, ୦୨ ଜାନୁଆରୀ – ଆସନ୍ତାକାଲି ଠାରୁ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହେବ । ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୩ ତାରିଖରେ ନନ୍ଦନକାନନ ,ଶିମିଳିପାଳ ଓ ଅନ୍ୟ ଡିଭିଜନରେ ପକ୍ଷୀ ଗଣନା ହେବ । ୪ ତାରିଖରେ ଚିଲିକା, ୬ରେ ଭିତରକନିକା ଓ ହୀରାକୁଦରେ ପକ୍ଷୀ ଗଣନା ହେବ । ପକ୍ଷୀ ଗଣନା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରୋଟେକସନ୍ କ୍ୟାମ୍ପ୍ କରାଯିବ । ପକ୍ଷୀ ଶିକାରୀଙ୍କୁ ଧରିବା କଡ଼ା ନଜର ରଖାଯାଇଛି । ସେହିପରି ୬ରୁ ୧୪ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ ଓ ୧୯ରେ ଡଲଫିନ୍ ଗଣନା କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀସୂଚନା ଦେଇଛନ୍ତି ।
ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ଓଡ଼ିଶାର ବୃହତ ଜଳରାଶିଗୁଡ଼ିକୁ ଦେଶ-ବିଦେଶରୁ ପକ୍ଷୀମାନଙ୍କର ଅ ।ଗମନ ହେଉଛି । ରାଜ୍ୟର ଚିଲିକା, ଭିତରକନିକା ଓ ହୀରାକୁଦ ଜଳ ଭଣ୍ଡାରରେ ଦେଶୀ-ବିଦେଶୀ ପକ୍ଷୀମାନଙ୍କ ଭିଡ଼ ଜମୁଛି । ପର୍ଯ୍ୟଟକମାନଙ୍କ ପାଇଁ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନନ୍ଦନକାନନରେ ଗୁରୁବାର ଠାରୁ ପକ୍ଷୀଗଣନା ଅ ।ରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here