ସିଡ୍‌ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ରବିବାର ଐତିହାସିକ ସିଡ଼ନୀ ଷ୍ଟାଡିୟମ୍‌ରେ ଖେଳାଯିବ । ଦିନକ ଆଗରୁ ମେଲବର୍ଣ୍ଣ ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା । ଏଦୃଷ୍ଟିରୁ ଭାରତ କ୍ରମାଗତ ସିରିଜ୍‌ ଜିତିବା ଆଶାରେ ପୂର୍ଣ୍ଣଚ୍ଛେଦ ପଡ଼ିସାରିଛି । ତେବେ ଭାରତ ନିକଟରେ ସିରିଜ୍‌ ଡ୍ର’ କରିବାର ଶେଷ ସୁଯୋଗ ରହିଛି । ସିଡ୍‌ନୀରେ ବିରାଟ ବାହିନୀ ମ୍ୟାଚ୍‌ ଜିତି ସିରିଜ୍‌କୁ ୧-୧ରେ ବରାବର କରିବା ଲକ୍ଷ୍ୟରେ ରହିଛି । ଯଦି ଆରୋନ୍‌ ଫିଞ୍ଚଙ୍କ ଅଷ୍ଟ୍ରେଲିଆ ଦଳ ମ୍ୟାଚ ଜିତିବାରେ ସଫଳ ହୁଏ ତେବେ ୨-୦ରେ ଭାରତ ସିରିଜ୍‌ ହାରିଯିବ ।
ବିଶ୍ୱ କ୍ରିକେଟ୍‌ରେ ଅତ୍ୟନ୍ତ ଦୁର୍ଦ୍ଦଶ ବୋଲର ଭାବେ ପରିଚିତ ମିଚେଲ ଷ୍ଟାର୍କ ଦୀର୍ଘ ଦିନ ପରେ ଦଳକୁ ଫେରିଛନ୍ତି । ଫଳରେ ଅଷ୍ଟ୍ରେଲିଆର ବୋଲିଂ ସାମର୍ଥ୍ୟ ବଢ଼ିଥିବା ବେଳେ ଭାରତୀ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ସେ କଣ୍ଟା ସାଜିବେ । ୨୦୧୬ ପରଠୁ ଷ୍ଟାର୍କ ଆହତ କାରଣରୁ ଟି-୨୦ ଖେଳିପାରିନାହାନ୍ତି । ଭାରତ ବିପକ୍ଷ ତୃତୀୟ ମ୍ୟାଚ୍‌ରେ ଷ୍ଟାର୍କ ଦଳର ବୋଲିଂ ମଙ୍ଗ ଧରିବେ । ତାଙ୍କୁ ବିଲି ଷ୍ଟାନ୍‌ଲେକଙ୍କ ସ୍ଥାନରେ ସାମିଲ କରାଯାଇଛି । ଷ୍ଟାନ୍‌ଲେକ ୱାର୍ମଅପ୍‌ ମ୍ୟାଚ୍‌ରେ ଆହତ ହୋଇଥିଲେ । ସେହିଭଳି ଡାର୍ସିସଟ୍‌ ୩ଟି ମ୍ୟାଚ୍‌ରୁ ମାତ୍ର ୨୧ ରନ୍‌ କରିଛନ୍ତି । ଏଦୃଷ୍ଟିରୁ ତାଙ୍କୁ ଶେଷ ମ୍ୟାଚ୍‌ରେ ବିଶ୍ରାମ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଭାରତୀୟ ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ରିଷ୍ଟ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିପାରେ । ସିଡନୀର ସେଲ୍‌ଫିଲïସିଲï ପଡ଼ିଆ ବୋଲରଙ୍କୁ ଅଧିକ ସୁହାଇବ ବୋଲି ଆକଳନ କରାଯାଉଛି । ରବିବାରର ପାଗ ପରିଷ୍କାର ରହିବ । ବର୍ଷା ସମ୍ଭାବନା ଆଦୌ ନଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି, ଲୋକେସ ରାହୁଲ, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଳଦୀପ ଯାଦବ, ଯଶପ୍ରୀତ ବୁମରା ଓ ଖଲିଲ ଅହମ୍ମଦ/ୟୁଜଭେନ୍ଦ୍ର ଚହଲ ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଦଳ: ଆରୋନ୍‌ ଫିଞ୍ଚ, ଡାର୍ସି ସଟ୍‌, କ୍ରିସ୍‌ ଲିନ୍‌, ଗ୍ଲେନ୍‌ ମ୍ୟାକ୍ସେୱଲ, ମାର୍କସ୍‌ ଷ୍ଟୋଇନିସ୍‌, ବେନ୍‌ ମ୍ୟାକଡରମୋଟ୍‌, ଆଲେକ୍ସ କାରେ, ନାଥନ କୋଲଟରନିଲ୍‌/ ମିଚେଲ୍‌ ଷ୍ଟାର୍କ, ଆଣ୍ଡୁ୍ୟ ଟେ, ଆଡାମ ଜାମ୍ପା ଓ ଜନ୍‌ସନ୍‌ ବେହରେନ୍‌ଡ୍ରଫ୍‌ ।

Loading...

LEAVE A REPLY

Please enter your comment!
Please enter your name here