ବ୍ରିସ୍‌ବେନ୍‌ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବୁଧବାର ଐତିହାସିକ ବ୍ରିସ୍‌ବେନ୍‌ ଷ୍ଟାଡିୟମ୍‌ରେ ଖେଳାଯିବ । ନିକଟରେ ଟିମ୍‌ ଇଣ୍ଡିଆ ଘରୋଇ ମାଟିରେ େୱଷ୍ଟଇଣ୍ଡିଜ୍‌କୁ ଟି-୨୦, ଦିନିକିିଆ ଓ ଟେଷ୍ଟ ସିରିଜ୍‌ରେ ମୂଳପୋଛ କରି ବଡ଼ ସଫଳତା ପାଇଥିଲା । ଏଦୃଷ୍ଟିରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତୀୟଙ୍କ ଦବଦବା ଦେଖିବାକୁ ମିଳିବ । ଦଳ ସହ ଷ୍ଟିଭେନ୍ସ ସ୍ମିଥ୍‌, ଡେଭିଡ ୱାର୍ଣ୍ଣର ନଥିବାରୁ ଅଷ୍ଟ୍ରେଲିଆ ଅପେକ୍ଷାକୃତ ଦୁର୍ବଳ ମନେ ହେଉଛି । ଆରୋନ୍‌ ଫିଞ୍ଚ ଦଳର ନେତୃତ୍ୱ ନେବେ । ଶେଷଥର ପାଇଁ ୨୦୧୬ରେ ଭାରତ ଅଷ୍ଟ୍ରେଲିଆଗସ୍ତରେ ଯାଇ ଟି-୨୦ ଶୃଙ୍ଖଳାକୁ ୩-୦ରେ ଜିତିଥିଲା । ସେତେବେଳେ ମଧ୍ୟ ଫିଞ୍ଚ ଅଷ୍ଟ୍ରେଲିଆର ଅଧିନାୟକ ଥିଲେ । ମିଚେଲ ଷ୍ଟାର୍କ, ଜୋସ୍‌ ହାଜେଲ ଉଡ୍‌, ପାଟ୍‌ କୁମିନ୍ସ ଓ ନାଥନ ଲିଅନଙ୍କ ପରି ଦକ୍ଷ କ୍ରିକେଟ୍‌ର ଅଷ୍ଟ୍ରେଲିଆ ଟି-୨୦ ଦଳରେ ନାହାନ୍ତି । ତେଣୁ ଅଷ୍ଟ୍ରେଲିଆ ଘରୋଇ ମାଟିରେ ଭାରତକୁ ହରାଇବା ଏତେଟା ସହଜ ହେବ ନାହିଁ । ନିକଟରେ ପାକିସ୍ତାନ ଠାରୁ ୟୁଏଇ’ରେ ଅଷ୍ଟ୍ରେଲିଆ ୩-୦ରେ ସିରିଜ୍‌ ହାରିଥିଲା । ଚଳିତ ବର୍ଷ ଅଷ୍ଟ୍ରେଲିଆର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଖେଳିଥିବା ୧୩ଟି ଦିନିକିଆ ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ କେବଳ ଦୁଇଟି ଜିତିଥିବା ବେଳେ ୧୧ଟିରେ ପରାଜୟର ସମୁଖୀନ ହୋଇଛି । ଏହାବାଦ ଶେଷ ୬ଟି ଟି-୨୦ ମ୍ୟାଚ୍‌ରୁ କେବଳ ଗୋଟିଏରେ ଅଷ୍ଟ୍ରେଲିଆକୁ ଜିତାପଟ୍ଟ ମିଳିଛି । ଗତ ଇଂଲଣ୍ଡଗସ୍ତରେ ଏକମାତ୍ର ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ଇଂଲଣ୍ଡ ବାଜି ମାରିଥିଲା । ପୁନଶ୍ଚ ଜିମ୍ବାେୱରେ ଖେଳାଯାଇଥିବା ଟି-୨୦ ସିରିଜ୍‌ରେ ପାକିସ୍ତାନ ନିକଟରୁ ଫାଇନାଲରେ ହାରିଥିଲା । ଏଣୁ ଅଷ୍ଟ୍ରେଲିଆ ଘରୋଇ ମାଟିରେ ପୂର୍ବର ଖରାପ ପ୍ରଦର୍ଶନକୁ ସୁଧାରିବା ପାଇଁ ଚେଷ୍ଟା କରିବ ।
ବିରାଟ କୋହଲିଙ୍କ ସମେତ ଶିଖର ଧାୱନ, ରୋହିତ ଶର୍ମା, ଲୋକେସ ରାହୁଲ, ଦିନେଶ କାର୍ତ୍ତିକ ଓ ରିଷଭ ପନ୍ତ ଟିମ୍‌ ଇଣ୍ଡିଆର ବ୍ୟାଟିଂ ମଙ୍ଗ ଧରିବେ । ସେହିଭଳି ବୋଲିଂ ବିଭାଗରେ ଯଶପ୍ରୀତ ବୁମରା ଓ ଖଲିଲ ଅହମ୍ମଦଙ୍କ ଉପରେ ଦଳ ଅଧିକ ନିର୍ଭର କରିବ । ମନୀଷ ପାଣ୍ଡେ’ଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ନଥିବା ବେଳେ ରିଷଭ ପନ୍ତ ୱିକେଟ୍‌ ପଛରେ ଧୋନିଙ୍କ ଭୂମିକା ତୁଳାଇ ପାରନ୍ତି । ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଅଲ୍‌ରାଉଣ୍ଡର କ୍ରୁନାଲ’ଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ । ଅଧିନାୟକ ବିରାଟ କୋହଲି ଆଣ୍ଡ୍‌ କୋ ବିଗତ ୩ ଦିନ ଧରି ବ୍ରିସ୍‌ବେନ୍‌ରେ ଜମାଣିଆ ଅଭ୍ୟାସ କରିଛନ୍ତି ।
ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି, ଲୋକେସ ରାହୁଲ, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଳଦୀପ ଯାଦବ / ୟୁଜଭେନ୍ଦ୍ର ଚହଲ, ଯଶପ୍ରୀତ ବୁମରା ଓ ଖଲିଲ ଅହମ୍ମଦ ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଦଳ: ଆରୋନ୍‌ ଫିଞ୍ଚ, ଡାର୍ସି ସଟ୍‌, କ୍ରିସ୍‌ ଲିନ୍‌, ଗ୍ଲେନ୍‌ ମ୍ୟାକ୍ସେୱଲ, ମାର୍କସ୍‌ ଷ୍ଟୋଇନିସ୍‌, ବେନ୍‌ ମ୍ୟାକଡରମୋଟ୍‌, ଆଲେକ୍ସ କାରେ, ନାଥନ କୋଲଟର ନିଲ୍‌, ଆଣ୍ଡ୍ରୁ୍ୟ ଟେ, ଜନ୍‌ ବେହରେନ୍‌ଡ୍ରଫ୍‌ ଓ ବିଲେ ଷ୍ଟାନ୍‌ଲାକ୍‌ ।

ହାଇଲାଇଟ୍ସ
– ୨୦୧୮ ସିଜନ୍‌ରେ ଟପ୍‌-୧୦ ରନ୍‌ ସଂଗ୍ରହକାରୀ ତାଲିକାର ୩ ଜଣ ଏହି ସିରିଜ୍‌ରେ ଅଛନ୍ତି । ଏମାନେ ହେଲେ ଫିଞ୍ଚ (୧୨୯୫ ରନ୍‌), ପନ୍ତ (୧୧୮୯) ଓ ଡାର୍ସିସଟ୍‌ (୧୧୯୯ ରନ୍‌) ।
– ବେହରେନ୍‌ଡର୍ଫ’ଙ୍କ ଷ୍ଟ୍ରାଇରେଟ୍‌ ୧୬.୨୨ ରହିଛି । ସେ ପାୱର ପ୍ଲେ ଓଭର ଗୁଡିକରେ ୩୦ ୱିକେଟ୍‌ ଅକ୍ତିଆର କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here