ଭୁବନେଶ୍ୱର,୦୮ଜାନୁଆରୀ – କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଗୁଡିକ ପକ୍ଷରୁ ୨ ଦିନିଆ ଧର୍ମଘଟ ପାଳନ ପାଇଁ ମଙ୍ଗଳବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ବୁଧବାର ଧର୍ମଘଟର ଦ୍ୱିତୀୟ ଦିନରେ ୧୮ ଜିଲ୍ଲାରେ ସମସ୍ତ ସ୍କୁଲ ଓ ବନ୍ଦ ରଖିବାକୁ ଜିଲ୍ଲାପାଳମାନେ ନିଷ୍ପତି ନେଇଛନ୍ତି । ସମ୍ପୃକ୍ତ ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, ଜଗତସିଂହପୁର, ସମ୍ବଲପୁର, ଯାଜପୁର, କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ବଲାଙ୍ଗିର, ବରଗଡ଼, କୋରାପୁଟ, ନବରଙ୍ଗପୁର ଓ ଅନୁଗୋଳ ।
ବିଭିନ୍ନ ଶ୍ରମିକ ସଂଗଠନର ଦେଶବ୍ୟାପୀ ଧର୍ମଘଟ ଯୋଗୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ କି ନାହିଁ ସେ ନେଇ ଜିଲ୍ଲାପାଳମାନେ ନିଷ୍ପତି ନେବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଏହା ପରେ କିଛି ଜିଲ୍ଲାର ଜିଲ୍ଲାପାଳମାନେ ଛୁଟି କରିବାକୁ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here