ଭୁବନେଶ୍ୱର: ଚତୁର୍ଦଶ ହକି ବିଶ୍ୱକପର ସମସ୍ତ ଦଳ ବେଶ ଶକ୍ତିଶାଳୀ । ଆମେ କୌଣସି ଟିମ୍‌କୁ ହାଲୁକା ଭାବେ ନେଇନୁ । କାନାଡା ବିପର୍ଯ୍ୟୟ ସୃଷ୍ଟି କରିବାର ଦକ୍ଷତା ରଖିଛି । ହେଲେ ପୁଲର ଶୀର୍ଷ ସ୍ଥାନ ବଜାୟ ରଖିବା ସହ ସିଧାସଳଖ କ ୍ୱାର୍ଟର ଫାଇନାଲ ଖେଳିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ଭାରତୀୟ ହକି ଦଳର ମୁଖ୍ୟ କୋଚ ହରେନ୍ଦ୍ର ସିଂ କହିଛନ୍ତି । ଶନିବାର ଭାରତ ଓ କାନାଡା ମରେ ପୁଲ ସି ପର୍ଯ୍ୟାୟର ଶେଷ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ଏହି ଅବସରେ ଶୁକ୍ରବାର କୋଚ୍‌ ହରେନ୍ଦ୍ର ସିଂ ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି । ପୂର୍ବରୁ ଭାରତ ଖେଳିଥିବା ଦୁଇଟି ମ୍ୟାଚରୁ ଗୋଟିଏ ଜିତିଥିଲା ଓ ଗୋଟିଏ ଡ୍ର’ ରହିଥିଲା । ଉଦଘାଟନୀ ମ୍ୟାଚରେ ଭାରତ ୫-୦ ଗୋଲରେ ଦ.ଆଫ୍ରିକାକୁ ହରାଇଥିବା ବେଳେ ବେଲଜିୟମ ସହ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ୨-୨ଗୋଲରେ ଡ୍ର’ ରଖି ପଏଣ୍ଟ ଭାଗ କରିଥିଲା । ୪ ପଏଣ୍ଟ ସହ ଭାରତ ପୁଲ ସି’ରେ ଶୀର୍ଷରେ ରହିଛି । ତେଣୁ କାନାଡା ବିପକ୍ଷ ମ୍ୟାଚରେ ପୂର୍ଣ୍ଣ ସଂଖ୍ୟକ ପଏଣ୍ଟ ହାସଲ କରିବାକୁ ଭାରତ ଲକ୍ଷ୍ୟ ରଖିଛି । ବେଲଜିୟମ ଓ କାନାଡା ମ୍ୟାଚ୍‌ ମଧ୍ୟରେ ଭାରତ ୪/୫ ଦିନ ସମୟ ପାଇଥିଲା । ଏଥିରେ ପ୍ରସ୍ତୁତ ହେବାକୁ ଭାରତ ପର୍ଯ୍ୟାପ୍ତ ସମୟ ପାଇଥିବାରୁ ଦଳ ପାଇଁ କାନାଡାକୁ ଚାଲେଞ୍ଜ ଦେବା ସହଜ ହେବ । ଦଳର ସବୁ ଖେଳାଳି ଫିଟ୍‌ ଅଛନ୍ତି । ଅଭ୍ୟାସ ସେସନରେ ସବୁ ଖେଳାଳିଙ୍କ ଫିଟନେସ୍‌ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ବୋଲି କୋଚ୍‌ ହରେନ୍ଦ୍ର କହିଛନ୍ତି । ବେଲଜିୟମ ମ୍ୟାଚ ପରେ ଦଳର ଗୋଲକିପର ପିଆର ଶ୍ରୀଜେଶ ଅସୁସ୍ଥ ବାପାଙ୍କୁ ଭେଟିବା ପାଇଁ କେରଳ ଯାଇଥିଲେ । ସେ ଭୁବନେଶ୍ୱର ଫେରିବା ସହ ସାଥିଖେଳାଳିଙ୍କ ସହ ଅଭ୍ୟାସ ସେସନରେ ଯୋଗ ଦେଇଥିଲେ । ଅଭିଜ୍ଞ ଶ୍ରୀଜେଶ କାନାଡା ବିପକ୍ଷ ମ୍ୟାଚ ଖେଳିବେ ।

Loading...

LEAVE A REPLY

Please enter your comment!
Please enter your name here