ଆଡିଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଗୁରୁବାରଠୁ ଆରମ୍ଭ ହେବାକୁଯାଉଛି । ୪ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଐତିହାସିକ ଆଡିଲେଡରେ ଖେଳାଯିବ । ଦୀର୍ଘ ଦିନ ପରେ ଅଷ୍ଟ୍ରେଲିଆ ଘରୋଇ ମାଟିରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଯାଉଛି । ଏଦୃଷ୍ଟିରୁ ଭାରତକୁ ହରାଇ ଟାଇଟଲ ହାତେଇବା ଅଷ୍ଟ୍ରେଲିଆ ପାଇଁ ସୁବର୍ଣ୍ଣସୁଯୋଗ ବୋଲି କୁହାଯାଇପାରେ । କିନ୍ତୁ ଶକ୍ତିଶାଳୀ ଭାରତ ଟି-୨୦ ସିରିଜ୍‌ରେ ଶକ୍ତି ପ୍ରଦର୍ଶନ କରିସାରିଛି । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚରେ ଭାରତ ଡିଏଲ୍‌ ନିୟମରେ ହାରିଯାଇଥିଲା । ସେହିଭଳି ଦ୍ୱିତୀୟ ମ୍ୟାଚ ବାତିଲ ହୋଇଯାଇଥିଲା । ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଜମାଣିଆ ସହ ବିରାଟ ବାହିନୀ ୧-୧ରେ ସିରିଜ୍‌ ଡ୍ର’ ରଖିବାକୁ ସମର୍ଥନ ହୋଇଥିଲା । ସିରିଜ୍‌ ପୂର୍ବରୁ ଭାରତ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲା । ଏଥିରେ ଭାରତ ୫୪୪ ରନ୍‌ର ବଡ଼ ସ୍କୋର କରିଥିଲା । କିନ୍ତୁ ନବାଗତ ଓପନର ପୃଥ୍ୱୀ ଶ’ ଆହତ ହୋଇଥିଲେ । ତାଙ୍କ ପାଦ ଗଣ୍ଠିରେ ଫ୍ରାକcର ହୋଇଛି । ଫଳରେ ଆଡିଲେଡ ମ୍ୟାଚ୍‌ରେ ପୃଥ୍ୱୀ ଖେଳିବେ ନାହିଁ । ଏହି ମ୍ୟାଚ୍‌ରେ ବିରାଟ ୫ ସ୍ପେଶାଲିଷ୍ଟ ବୋଲରଙ୍କୁ ଖେଳାଇବାର ସୂଚନା ମିଳିଛି । କାରଣ ମ୍ୟାଚ୍‌ର ଦିନକ ଆଗରୁ ଘୋଷଣା ହୋଇଥିବା ୧୨ ଜଣ ଦଳରେ ୫ ଜଣ ବୋଲର ଅଛନ୍ତି । ଦ୍ରୁତ ବୋଲର ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ଜଶପ୍ରିତ ବୁମରାଙ୍କ ବ୍ୟତୀତ ରବିଚନ୍ଦ୍ରନ ଅଶ୍ୱିନ ଦଳର ବୋଲିଂ ମଙ୍ଗ ଧରିବେ । ତେବେ ଦଳର ନଂ.୬ ସ୍ଥାନରେ ରୋହିତ ଶର୍ମା କିମ୍ବା ହନୁମା ବିହାରୀଙ୍କ ମଧ୍ୟରୁ ଜଣକୁ କୋହଲିଙ୍କୁ ବାଛିବାକୁ ପଡ଼ିବ ।
ଅଷ୍ଟ୍ରେଲିଆ ଦଳରେ ମିଚେଲ ମାର୍ସ ନାହାନ୍ତି । ଆଗଧାଡିର ବ୍ୟାଟ୍ସମ୍ୟାନ୍‌ ପିଟର ହ୍ୟାଣ୍ଡସ୍‌କମ୍‌, ମାର୍କସ୍‌ ହାରିସ୍‌ ଓପନିଂ ବ୍ୟାଟିଂ କରିବେ । ଆରୋନ ଫିଞ୍ଚ, ଉସ୍‌ମାନ ଖ୍ୱାଜା ଦଳର ଅନ୍ୟ ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ଭୂମିକା ତୁଲାଇବେ ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ, ମାକର୍ସ ହାରିସ୍‌, ଉସ୍‌ମାନ ଖ୍ୱାଜା, ସନ୍‌ ମାର୍ସ, ପିଟର ହ୍ୟାଣ୍ଡସ୍‌କମ୍‌, ଟ୍ରେଭିସ୍‌ ହେଡ, ଟିମ୍‌ ପାଇନ୍‌, ମିଚେଲ ଷ୍ଟାର୍କ, ପାଟ୍‌ କୁମିନ୍ସ, ନାଥନ ଲିଅନ୍‌, ଜୋସ୍‌ ହାଜେଲଉଡ ।
ଭାରତୀୟ ଦଳ: ଲୋକେସ୍‌ ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା/ହନୁମା ବିହାରୀ, ରିଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ଜଶପ୍ରୀତ ବୁମରା ।
ହାଇଲାଇଟ୍ସ
– ଅଡିଲେଡ୍‌ ଓଭାଲରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଜମାଣିଆ ରହିଛି । ଏଠାରେ ୯୮.୫୦ ହାରରେ ବିରାଟ ରନ୍‌ ସଂଗ୍ରହ କରିବା ସହ ୩ଟି ଶତକ ଅର୍ଜନ କରିଛନ୍ତି ।
– ୨୦୧୪-୨୦୧୫ ସିଜନ୍‌ରେ ଲାଥନ ଲିଅନ୍‌ ଏଠାରେ ମ୍ୟାଚ ଖେଳିଥିଲେ । ଦୀର୍ଘ ବ୍ୟବଧାନ ପରେ ସେ ଖେଳିବାକୁ ଯାଉଛନ୍ତି ।
– ଅଷ୍ଟ୍ରେଲିଆ ମାଟିରେ ଭାରତ ୪୪ଟି ମ୍ୟାଚ୍‌ ଖେଳି କେବଳ ୫ଟି ଜିତିଛି । ଶେଷଥର ପାଇଁ ୨୦୦୩-୨୦୦୪ ସିଜନ୍‌ରେ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଭାରତ ଆଡିଲେଡରେ ବିଜୟ ଧ୍ୱାଜା ଉଡାଇଥିଲା । ଏହି ମ୍ୟାଚରେ ଅଜିତ ଅଗରକର ୬ ୱିକେଟ୍‌ ସଫଳତା ପାଇଥିଲେ ।

Loading...

LEAVE A REPLY

Please enter your comment!
Please enter your name here