ନୂଆଦିଲ୍ଲୀ : ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ବୋଲର୍‌ ମାନ୍ୟତାର ଶ୍ରେଷ୍ଠ ୫ରେ ଭାରତୀୟ ଚାଇନାମ୍ୟାନ୍‌ ସ୍ପିନର୍‌ କୁଲ୍‌ଦୀପ ଯାଦବ ପ୍ରବେଶ କରିଛନ୍ତି । କୁଲ୍‌ଦୀପ ୭୧୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଆଫ୍‌ଗାନିସ୍ତାନର ରସିଦ୍‌ ଖାନ୍‌ ୭୯୩ ପଏଣ୍ଟ ସହ ପ୍ରଥମ, ସାଦବ ଖାନ୍‌ ୭୫୨ ପଏଣ୍ଟ ସହ ଦ୍ୱିତୀୟ, ଇଂଲଣ୍ଡର ଆଦିଲ୍‌ ରସିଦ୍‌ ୬୭୬ ପଏଣ୍ଟ ସହ ଚତୁର୍ଥ, ଅଷ୍ଟ୍ରେଲିଆର ଆଡାମ୍‌ ଜାମ୍ପା ୬୭୦ ପଏଣ୍ଟ ସହ ପଞ୍ଚମ, ଇସ୍‌ ସୋଧୀ ଷଷ୍ଠ, ପାକିସ୍ତାନର ଫହିମ ଅସ୍ରଫ ସପ୍ତମ, ଇମଦ୍‌ ୱାସିମ୍‌ ଅଷ୍ଟମ, ଇମ୍ରାନ୍‌ ତାହିର (ଦ.ଆଫି୍ରକା) ନବମ ଓ ବାଂଲାଦେଶର ସାକିବ୍‌ ଅଲ୍‌ ହାସନ ଦଶମ ସ୍ଥାନରେ ରହିଛନ୍ତି ।
ସେହିଭଳି ଦଳଗତ ର୍ୟାଙ୍କିଙ୍ଗ୍‌ରେ ପାକିସ୍ତାନ ୧୩୮ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଥିବାବେଳେ ଭାରତ ୧୨୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଇଂଲଣ୍ଡ ତୃତୀୟ, ଅଷ୍ଟ୍ରେଲିଆ ୪ର୍ଥ, ଦ.ଆଫି୍ରକା ୫ମ, ନୁ୍ୟଜିଲାଣ୍ଡ ୬ଷ୍ଠ, େୱଷ୍ଟଇଣ୍ଡିଜ୍‌ ୭ମ, ଆଫ୍‌ଗାନିସ୍ତାନ ୮ମ, ଶ୍ରୀଲଙ୍କା ୯ମ ଓ ବାଂଲାଦେଶ ୧୦ମ ସ୍ଥାନରେ ରହିଛି ।
ବ୍ୟାଟ୍ସମ୍ୟାନ୍‌ ର୍ୟାଙ୍କିଙ୍ଗ୍‌ରେ ପାକିସ୍ତାନର ବାବର ଆଜମ୍‌ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଭାରତର ଲୋକେସ୍‌ ରାହୁଲ ୬ଷ୍ଠ ସ୍ଥାନରେ ଏବଂ ରୋହିତ୍‌ ଶର୍ମା ୯ମ ସ୍ଥାନରେ ରହିଛନ୍ତି । ଶିଖର୍‌ ଧାୱନ୍‌ ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ମ୍ୟାଚ୍‌ରେ ୭୬ ଓ ୪୧ ରନ୍‌ର ଇନିଂସ ଖେଳିଥିଲେ । ସେ ୫ଟି ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନରେ ରହିଛନ୍ତି ।

nalco

LEAVE A REPLY

Please enter your comment!
Please enter your name here