BHUBANESWAR, 08/01/2019: Quess East Bengal player Justin Jobby (white-No.22) strikes the ball against Indian Arrows in the I-League match at the Kalinga stadium in Bhubaneswar. Photo: Biswaranjan Rout

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହିରୋ ଆଇଲିଗ୍‌ରେ ମଙ୍ଗଳବାର ଘରୋଇ ଇଣ୍ଡିଆନ୍‌ ଆରୋଜ ୨-୧ ଗୋଲ୍‌ରେ ଇଷ୍ଟବେଙ୍ଗଲ ନିକଟରୁ ହାରିଯାଇଛି । ଏହି ବିଜୟ ସହ ବେଙ୍ଗଲ ୧୦ ମ୍ୟାଚ୍‌ରୁ ୧୯ ପଏଣ୍ଟ ଏବଂ ଆରୋଜ ୧୦ ପଏଣ୍ଟ ପାଇଛି । ଇଷ୍ଟ ବେଙ୍ଗଲ ପକ୍ଷରୁ ସ୍ପେନ୍‌ ମିଡ଼ଫିଲïର ଆଣ୍ଟୋନିଓ ଡୋଭାଲେ ରୋଡ୍ରିଗୁଏଜ୍‌ ଆଇଲିଗ୍‌ ଡେବୁ୍ୟ କରିଛନ୍ତି । ମ୍ୟାଚ୍‌ର ୨୪ତମ ମିନିଟ୍‌ରେ ସ୍ପେନ୍‌ ମିଡ଼ଫିଲïର ଜାମି ସାଣ୍ଟୋସୋ ପୋଲାଡୋ ପଡ଼ିଆର ବାମ କର୍ଣ୍ଣରରୁ ବସ୍‌ ନିକଟରୁ ଲମ୍ବା ପାସ୍‌ ଦେଇଥିଲେ । ଏହାକୁ ଲାଲ୍‌ଡାନ୍‌ମାୱିଆ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଅଗ୍ରଣୀ କରିଥିଲେ । ମ୍ୟାଚ୍‌ର ୩୩ତମ ମିନିଟ୍‌ରେ ରେଫରୀ ଡିଫେଣ୍ଡର ଲାଲରାମ ଚୁଲୋଭଙ୍କୁ ରେଡ କାର୍ଡ ଦେଖାଇବାରୁ ୧୦ ଜଣ ଖେଳାଳିଙ୍କ ସହ ଖେଳିଥିଲା ଇଷ୍ଟ ବେଙ୍ଗଲ । ଏହା ସତ୍ତେ୍ୱ ଇଣ୍ଡିଆନ୍‌ ଆରୋଜ୍‌ ମ୍ୟାଚ୍‌ ଜିତିବାରୁ ସଫଳ ହୋଇନଥିଲା । ମ୍ୟାଚ୍‌ର ୬୪ତମ ମିନିଟ୍‌ରେ ଇଣ୍ଡିଆନ୍‌ ଆରୋଜ ଗୋଲକିପର ଗିଲ୍‌ଙ୍କ ତ୍ରୁଟି ଯୋଗୁଁ ଇଷ୍ଟବେଙ୍ଗଲର ଜୋବି ଜଷ୍ଟିନ୍‌ ରିବାଉଣ୍ଡରେ ଗୋଲ କରି ଦଳକୁ ୨-୦ରେ ଅଗ୍ରଣୀ କରିଥିଲେ । ମ୍ୟାଚ୍‌ର ୯୦ତମ ମିନିଟ୍‌ରେ ଏକମାତ୍ର ଗୋଲ୍‌ ପରିଷଦ କରିଥିଲା ଇଣ୍ଡିଆନ୍‌ ଆରୋଜ୍‌ । ନିନ୍‌ଥୋଇ ମେତିଏଇ ଗୋଲ କରି ପରାଜୟ ବ୍ୟବଧାନକୁ କମାଇଥିଲେ ।

LEAVE A REPLY

Please enter your comment!
Please enter your name here