୭୦ ଜଣଙ୍କୁ କିଣିବେ ୮ ଫ୍ରାଞ୍ଚାଇଜ୍‌
ନୂଆଦିଲ୍ଲୀ : ଆଗାମୀ ୧୮ ତାରିଖରେ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣ ନିମନ୍ତେ ଦିନିକିଆ ଖେଳାଳି ନିଲାମ ହେବ । ୮ଟି ଫ୍ରାଞ୍ଚାଇଜ୍‌ ମୋଟ୍‌ ୭୦ ଜଣ ଖେଳାଳିଙ୍କୁ ନିଲାମ୍‌ରୁ କିଣିବେ । ତେବେ ମଙ୍ଗଳବାର ସୁଦ୍ଧା ଦେଶୀ ଓ ବିଦେଶୀ ଖେଳାଳିଙ୍କୁ ମିଶାଇ ମୋଟ୍‌ ୧୦୦୩ ଜଣ ନିଲାମ୍‌ ପାଇଁ ନାମ ପଞ୍ଜିକରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୨୩୨ ଜଣ ବିଦେଶୀ ଖେଳାଳି ଅଛନ୍ତି । ୨୦୦ କ୍ୟାପï ଓ ୮୦୦ ଜଣ ଅନ୍‌କ୍ୟାପï ଖେଳାଳି ଅଛନ୍ତି । ଅନ୍‌କ୍ୟାପïଙ୍କ ମଧ୍ୟରେ ୭୪୬ ଜଣ ଭାରତୀୟ ଓ ଅବଶିଷ୍ଟ ବିସିସିଆଇର ଅନୁବନ୍ଧିତ ରାଷ୍ଟ୍ର ଖେଳାଳି । ପ୍ରଥମଥର ପାଇଁ ଆଇପିଏଲ୍‌ରେ ୯ଟି ରାଜ୍ୟ ଅରୁଣାଚଳପ୍ରଦେଶ, ବିହାର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ୍‌, ଉତ୍ତରାଖଣ୍ଡ ଓ ପୁଡୁଚେରୀର ବହୁ ଖେଳାଳି ସାମିଲ ହେବାକୁ ଆଶା ବାନ୍ଧିଛନ୍ତି । ୧୦ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ପ୍ରାଞ୍ଚାଇଜ୍‌କୁ ଖେଳାଳିଙ୍କ ସଂକ୍ଷିପ୍ତ ତାଲିକା ପ୍ରଦାନ କରିବାକୁ କୁହାଯାଇଛି ।

Loading...

LEAVE A REPLY

Please enter your comment!
Please enter your name here