ଭୁବନେଶ୍ୱର: ମେ„ାଷାଳ ସ୍ଥିତ ଗୁରୁକୁଳ ଟେନିସ୍‌ କମ୍ଲେକ୍ସରେ ଆୟୋଜିତ ଆଇଟା ୫୦କେ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲରେ ଓଡ଼ିଶାର ଅଂଶୁ କୁମାର ଭୂୟାଁ ପ୍ରବେଶ କରିଛନ୍ତି ।
ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଅଂଶୁ କୁମାର ଭୂୟæô ୬-୨, ୬-୩ ସେଟରେ ତେଲେଙ୍ଗାନାର ସାଇ କାର୍ତ୍ତିକ ଆର ଗନ୍ତେଙ୍କୁ ହରାଇଥିଲେ । ଅନ୍ୟ ମ୍ୟାଚ୍‌ ଗୁଡିକରେ ପଶ୍ଚିମବଙ୍ଗର ଅନୁରାଗ ଅଗ୍ରୱାଲ ୬-୨, ୬-୩ ସେଟରେ ଓଡ଼ିଶାର ଚିନ୍ମୟ ପ୍ରଧାନଙ୍କୁ, ଦିଲ୍ଲୀର ରିତଭିକ୍‌ କାଶ୍ୟପ ୬-୪, ୬-୦ ସେଟରେ ଆଦିତ୍ୟ ସତପଥୀଙ୍କୁ ଏବଂ ଆଦିତ୍ୟ ବର୍ଦ୍ଧନ ଚୌଧୁରୀ ୬-୪, ୬-୨ ସେଟରେ ଅମୃତଜୟ ମହାନ୍ତିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଡବଲ୍ସରେ ଅଂଶୁ ଓ ତାଙ୍କ ସାଥୀ ଚିନ୍ମୟ ପ୍ରଧାନ ୬-୧, ୬-୨ ସେଟରେ ସଂଗ୍ରାମ କୁମାର ପାତ୍ର ଓ ବିବେକ ମହାନନ୍ଦଙ୍କୁ ପରାସ୍ତ କରି ସେମିଫାଇନାଲ ଯୋଗ୍ୟତା ଅର୍ଜନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here