ଭୁବନେଶ୍ୱର: ମେ„ାଶାଳ ସ୍ଥିତ ଗୁରୁକୁଳ ଟେନିସ୍‌ କମ୍ଲେକ୍ସରେ ଆୟୋଜିତ ଆଇଟା ୫୦କେ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଓଡ଼ିଶାର ଅଂଶୁ କୁମାର ଭୂୟାଁ ପ୍ରବେଶ କରିଛନ୍ତି । ଟାଇଟଲ ମୁକାବିଲାରେ ଅଂଶୁ ଓ ପଶ୍ଚିମବଙ୍ଗର ଅନୁରାଗ ଅଗ୍ରୱାଲ ପରସ୍ପରକୁ ଭେଟିବେ ।
ଗୁରୁବାର ଅନୁଷ୍ଠିତ ସେମିଫାଇନାଲରେ ଅଂଶୁ ୨-୬, ୬-୨, ୬-୨ ସେଟରେ ପଶ୍ଚିମବଙ୍ଗର ଆଦିତ୍ୟ ବର୍ଦ୍ଧନ ରାୟ ଚୌଧୁରୀଙ୍କୁ ହରାଇ ଫାଇନାଲ ଯୋଗ୍ୟତା ହାସଲ କରିଥିଲେ । ଦ୍ୱିତୀୟ ସେମିରେ ଅନୁରାଗ ଅଗ୍ରୱାଲ ୬-୧, ୬-୨ ସେଟରେ ଦିଲ୍ଲୀର ରିତଭିକ୍‌ କାଶ୍ୟପଙ୍କୁ ହରାଇଥିଲେ । ସେହିଭଳି ପୁରୁଷ ଡବଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି । ଓଡ଼ିଶାର ଅଂଶୁ କୁମାର ଭୁୟæô ଓ ଚିନ୍ମୟ ପ୍ରଧାନଙ୍କ ଯୋଡି ପଶ୍ଚିମବଙ୍ଗର ଆଦିତ୍ୟ ବର୍ଦ୍ଧନ ରାୟ ଚୌଧୁରୀ ଓ ଅନୁରାଗ ଅଗ୍ରୱାଲଙ୍କୁ ଫାଇନାଲରେ ଭେଟିବେ ।

LEAVE A REPLY

Please enter your comment!
Please enter your name here