nalco

ଭୁବନେଶ୍ୱର: ମେ„ାଶାଳ ସ୍ଥିତ ଗୁରକୁଳ ଟେନିସ୍‌ କମ୍ପ୍ଲେକ୍ସରେ ଅନୁଷ୍ଠିତ ଆଇଟା-୫୦ କେ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସରେ ଓଡ଼ିଶାର ଅଂଶୁକୁମାର ଭୁୟæô ଟାଇଟଲ ଜିତିଛନ୍ତି ।
ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଅଂଶୁ ୬-୨, ୬-୨ ସେଟ୍‌ରେ ପଶ୍ଚିମବଙ୍ଗର ଅନୁରାଗ ଅଗ୍ରୱାଲଙ୍କୁ ହରାଇଥିଲେ । ସେହିଭଳି ପୁରୁଷ ଡବଲ୍ସରେ ଅଂଶୁ ଓ ଚିନ୍ମୟ ପ୍ରଧାନଙ୍କ ଯୋଡି ୬-୨, ୭-୫ ସେଟ୍‌ରେ ପଶ୍ଚିମବଙ୍ଗର ଆଦିତ୍ୟ ବର୍ଦ୍ଧନ ରାୟଚୌଧୁରୀ ଓ ଅନୁରାଗ ଅଗ୍ରୱାଲଙ୍କୁ ହରାଇ ଟାଇଟଲ ଜିତିଛନ୍ତି । ଏଆର୍‌ ମାର୍ଶାଲ ଜେଏମ୍‌ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତାଙ୍କୁ ପୁରସ୍କୃତ କରିଥିଲେ । ସିଙ୍ଗଲ୍ସ ବିଜେତା ୧୫ ଓ ଉପବିଜେତା ୧୨ ଆଇଟା ର୍ୟାଙ୍କିଙ୍ଗ ପଏଣ୍ଟ ହାସଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here