ନୂଆଦିଲ୍ଲୀ: ଅଷ୍ଟ୍ରେଲିଆଗସ୍ତରେ ଥିବା ଟିମ୍‌ ଇଣ୍ଡିଆ ଆଗାମୀ ୧୨ ତାରିଖରୁ ଘରୋଇ ଦଳ ସହ ଦିନିକିଆ ସିରିଜ ଖେଳିବ । ସିଡନୀରେ ପ୍ରଥମ ମ୍ୟାଚ୍‌, ୧୫ ତାରିଖରେ ଦ୍ୱିତୀୟ ମ୍ୟାଚ୍‌ ଏବଂ ୧୮ ତାରିଖରେ ତୃତୀୟ ତଥା ଶେଷ ମ୍ୟାଚ୍‌ ଖେଳାଯିବ । ଏହାପରେ ଭାରତ ଓ ଅଷ୍ଟ୍ରେଲିଆ ପୁଣିଥରେ ପରସ୍ପରକୁ ଭେଟିବେ । ଭାରତଗସ୍ତରେ ଅଷ୍ଟ୍ରେଲିଆ ଆସିବ । ଫେବୃଆରୀ ୨୪ରୁ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ଟି-୨୦ ଓ ଦିନିକିଆ ସିରିଜ୍‌ ଖେଳାଯିବ । ଏନେଇ ବିସିସିଆଇ ପକ୍ଷରୁ ଗୁରୁବାର ତାରିଖ ଘୋଷଣା ହୋଇଛି । ଅଷ୍ଟ୍ରେଲିଆ ଏହି ଗସ୍ତ ସମୟରେ ୨ଟି ଟିି-୨୦ ଓ ୫ଟି ଦିନିକିଆ ମ୍ୟାଚ୍‌ ଖେଳିବ । ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଫେବୃଆରୀ ୨୪ରେ ବେଙ୍ଗାଲୁରୁରେ ଖେଳାଯିବ। ସେହିପରି ଦ୍ୱିତୀୟ ଟି-୨୦ ଫେବୃଆରୀ ୨୭ ବିଶାଖାପଟନମରେ ଆୟୋଜିତ ହେବ । ଟି-୨୦ ମ୍ୟାଚ୍‌ ସନ୍ଧ୍ୟା ୭ଟାରେ ତଥା ଦିନିକିଆ ମ୍ୟାଚ ଅପରାହ@ ୧ଟାରେ ଆରମ୍ଭ ହେବାକୁ ସୂଚୀ ପ୍ରସ୍ତୁତ ହୋଇଛି ।
ଅନ୍ୟପକ୍ଷରେ ମାର୍ଚ୍ଚ ୨ରୁ ୧୩ ଯାଏଁ ୫ଟିକିଆ ଦିନିକିଆ ସିରିଜ୍‌ ଖେଳାଯିବ । ମାର୍ଚ୍ଚ ୨ରେ ହାଇଦ୍ରାବାଦ, ୫ରେ ନାଗପୁର, ୮ରେ ରାଞ୍ଚି, ୧୦ରେ ମୋହାଲି ଓ ଶେଷ ଦିନିକିଆଟି ଦିଲ୍ଲୀରେ ଖେଳାଯିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି । ଶେଷଥର ପାଇଁ ଅଷ୍ଟ୍ରେଲିଆ ୨୦୧୭ରେ ଭାରତ ଗସ୍ତରେ ଆସି ୫ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିଥିଲା । ଭାରତ ୪-୧ରେ ଦିନିକିଆ ସିରିଜକୁ ଜିତିଥିବା ବେଳେ ଟି-୨୦ ସିରିଜ୍‌ ୧-୧ରେ ଡ୍ର’ ରହିଥିଲା ।

ଖେଳସୂଚୀ
ତାରିଖ ମ୍ୟାଚ୍‌ ଭେନୁ୍ୟ ସମୟ
ଫେବୃଆରୀ ୨୪ ପ୍ରଥମ ଟି-୨୦ ବେଙ୍ଗାଲୁରୁ ସନ୍ଧ୍ୟା ୭ଟା
ଫେବୃଆରୀ ୨୭ ଦ୍ୱିତୀୟ ଟି-୨୦ ବିଶାଖାପଟନମ୍‌ ସନ୍ଧ୍ୟା ୭ଟା
ମାର୍ଚ୍ଚ ୨ ପ୍ରଥମ ଦିନିକିଆ ହାଇଦ୍ରାବାଦ ଅପରାହ@ ୧ଟା
ମାର୍ଚ୍ଚ ୫ ଦ୍ୱିତୀୟ ଦିନିକିଆ ନାଗପୁର ଅପରାହ@ ୧ଟା
ମାର୍ଚ୍ଚ ୮ ତୃତୀୟ ଦିନିକିଆ ରାଞ୍ଚି ଅପରାହ@ ୧ଟା
ମାର୍ଚ୍ଚ ୧୦ ଚତୁର୍ଥ ଦିନିକିଆ ମୋହାଲି ଅପରାହ@ ୧ଟା
ମାର୍ଚ୍ଚ ୧୩ ପଞ୍ଚମ ଦିନିକିଆ ଦିଲ୍ଲୀ ଅପରାହ@ ୧ଟା

LEAVE A REPLY

Please enter your comment!
Please enter your name here