ଭୁବନେଶ୍ୱର: ଚତୁର୍ଦଶ ହକି ବିଶ୍ୱକପ ପୁଲ ବି’ର ଶେଷ ଲିଗ୍‌ ପର୍ଯ୍ୟାୟ ଖେଳାଯାଇଛି । ଏକାଧିକ ରେକର୍ଡ ସହ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ୧୧-୦ ଗୋଲରେ ଚୀନକୁ ପରାସ୍ତ କରିଛି । ପୂର୍ବରୁ କ ୍ୱାର୍ଟର ଫାଇନାଲ ଯୋଗ୍ୟତା ହାସଲ କରିଥିବା ଅଷ୍ଟ୍ରେଲିଆ ଚୀନ ବିପକ୍ଷ ଏକତରଫା ବିଜୟ ସହ ପୁଲ ପର୍ଯ୍ୟାୟରେ ଅପରାଜେୟ ରହିଛି । ହ୍ୟାଟ୍ରିକ ଅର୍ଜନ କରିଥିବା ବ୍ଲେକ ଗୋଭର୍ସଙ୍କୁ ମୁଖ୍ୟ ଅତିଥି କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପୁରସ୍କୃତ କରିଥିଲେ । ପୁଣି ଅଷ୍ଟ୍ରେଲିଆ ଚଳିତ ସଂସ୍କରଣରେ ଦଳଗତ ସର୍ବାଧିକ ଗୋଲ କରିବାର ତଥା ବିଶ୍ୱକପ ଇତିହାସରେ ତୃତୀୟ ସର୍ବାଧିକ ଗୋଲ ହେବା ରେକର୍ଡ ଚର୍ଚ୍ଚିତ ବିଷୟ ଥିଲା ।
ବିଶ୍ୱର ଏକନମ୍ବର ଦଳ ଅଷ୍ଟ୍ରେଲିଆ ଓ ଚୀନ ମ୍ୟାଚ୍‌ ସଂଘର୍ଷ ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଥିଲା । ହେଲେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଗୋଲ ସ୍କୋର ପରେ ହତୋତ୍ସାହିତ ହୋଇପଡିଥିଲେ ଚୀନ୍‌ ଖେଳାଳି । ମ୍ୟାଚ୍‌ ଆରମ୍ଭରୁ ଶେଷ ଯାଏ ଅଷ୍ଟ୍ରେଲିଆ ଖେଳାଳି ଚୀନ ଗୋଲ ପୋଷ୍ଟକୁ ଘନ ଘନ ଆକ୍ରମଣ କରି ୧୧ଟି ଗୋଲ କରିଥିଲେ । ମ୍ୟାଚର ୧୦ମିନିଟରେ ବ୍ଲେକ ଗୋଭର୍ସପ୍ରଥମ ଗୋଲ ସ୍କୋର କରିଥିଲା । ଫଳରେ ପେନାଲଫିରୁ ଖାତା ଖୋଲିଥିଲା ଆଷ୍ଟ୍ରେଲିଆ । ପୁଣି ୧୫ତମ ମିନିଟରେ ଆରନ୍‌ ଜାଲେସ୍କି ପେନାଲଫିରେ ଗୋଲ କରି ଦଳକୁ ୨-୦ରେ ଅଗ୍ରଣୀ କରିଥିଲେ । ୧୬ତମ ମିନିଟରେ ଟମ୍‌ କ୍ରେଗ୍‌, ୧୯ତମ ମିନିଟରେ ବ୍ଲେକ ଗୋଭର୍ସ, ୨୨ତମ ମିନିଟରେ ଜେରମୀ ହେୱାର୍ଡ, ୨୯ତମ ମିନିଟରେ ଜାକ୍‌ ହେ୍ୱଟନ୍‌ ଗୋଲ ସ୍କୋର କରିଥିଲେ । ଫଳରେ ପ୍ରଥମାର୍ଦ୍ଧରେ ଅଷ୍ଟ୍ରେଲିଆ ୬-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା । ମଧ୍ୟନ୍ତର ବ୍ରେକ୍‌ ପରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ଆକ୍ରମଣ ଥମି ନଥିଲା । ୩୩ତମ ମିନିଟରେ ଟିମ୍‌ ବ୍ରାଣ୍ଡ, ୩୪ତମ ମିନିଟରେ ବ୍ଲେକ ଗୋଭର୍ସ, ୩୮ତମ ମିନିଟରେ ଡାଏଲାନ୍‌ େୱଦରସ୍ପୁନ୍‌, ୪୯ତମ ମିନିଟରେ ଫ୍ଲିନ୍‌ ଓଜିଲଭି ଏବଂ ୫୫ତମ ମିନିଟରେ ଟିମ୍‌ ବ୍ରାଣ୍ଡ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ ।

ଦଳଗତ ଗୋଲରେ ଅଷ୍ଟ୍ରେଲିଆ ତୃତୀୟ
ହକି ବିଶ୍ୱକପରେ କଙ୍ଗାରୁ ଦଳ ସର୍ବଦା ପ୍ରାଧାନ୍ୟ ବିସ୍ତାର କରିଛି । ରେକର୍ଡ ଫର୍ଦ୍ଦକୁ ରୋମନ୍ଥନ କଲେ ଅଷ୍ଟ୍ରେଲିଆ ଦ୍ୱିତୀୟଥର ତଥା ବିଶ୍ୱକପରେ ମୋଟ୍‌ ୩ଥର ସର୍ବର୍ାଧିକ ଦଳଗତ ସ୍କୋର ହୋଇଛି । ୧୯୮୨ ବମ୍ବେ ସଂସ୍କରଣରେ ପାକିସ୍ତାନ ୧୨-୩ ଗୋଲରେ ନୁ୍ୟଜିଲାଣ୍ଡକୁ ହରାଇଥିଲା । ପୁଣି ୨୦୧୦ ନୂଆଦିଲ୍ଲୀ ସଂସ୍କରଣରେ ଅଷ୍ଟ୍ରେଲିଆ ୧୨-୦ ଗୋଲରେ ଦକ୍ଷିଣ ଆଫ୍ରିକକୁ ପରାସ୍ତ କରି ରେକର୍ଡ କରିଥିଲା । ପୁଣି ଥରେ ୨୦୧୮ କଳିଙ୍ଗ ସଂସ୍କରଣରେ ଅଷ୍ଟ୍ରେଲିଆ ୧୧-୦ ଗୋଲରେ ଚୀନକୁ ହରାଇଛି । ବିଶ୍ୱକପରେ ଏହା ଅଷ୍ଟ୍ରେଲିଆର ଦ୍ୱିତୀୟ ସର୍ବାଧିକ ଗୋଲ ସ୍କୋର ।

Loading...

LEAVE A REPLY

Please enter your comment!
Please enter your name here