nalco

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ କ୍ରୀଡାନୁଷ୍ଠାନ ସହିଦ ସ୍ପୋର୍ଟିଂ ପକ୍ଷରୁ ୨୦୧୮ ବର୍ଷ ପାଇଁ କମଲ ଗାଙ୍ଗୁଲି କ୍ରୀଡା ସମ୍ମାନ ପ୍ରଦାନ କରାଯିବ । ଚଳିତ ବର୍ଷ ଏହି ପୁରସ୍କାର ନିମନ୍ତେ କୋଚ୍‌ ରଶ୍ମିତା ମହାନ୍ତି ଓ ଅଶୋକା ନନ୍ଦ ଜେନା ମନୋନୀତ ହୋଇଛନ୍ତି । ୨୦୧୨ରୁ କମଲ ଦା’ଙ୍କ ସ୍ମୃତିରେ କୋଚ୍‌ ପୁରସ୍କାର ଏବଂ ୨୦୧୪ରୁ କ୍ରୀଡାକ୍ଷେତ୍ରରେ ଜୀବନବ୍ୟାପୀ ଯୋଗଦାନ ସକାଶେ ବର୍ଷିକ ପୁରସ୍କାର ପ୍ରଦାନ କରାଯାଉଛି ।
ଓଡ଼ିଶାରେ ମହିଳା କ୍ରିକେଟ୍‌ ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଳାଉଥିବା କୋଚ୍‌ ରସ୍ମିତା ମହାନ୍ତି କମଲ ଗାଙ୍ଗୁଲି ସ୍ମାରକୀ କୋଚ୍‌ ପୁରସ୍କାର ତଥା ପୂର୍ବତନ ରଣଜୀ ଅଧିନାୟକ ଅଶୋକନନ୍ଦ ଜେନାଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ । ଅଶୋକନନ୍ଦ ଜେନା ୧୯୬୧-୬୨ ସିଜନରୁ ୧୯୭୩-୭୪ ପର୍ଯ୍ୟନ୍ତ ଜଣେ କ୍ରିକେଟ୍‌ ଭାବେ ଚଳଚଞ୍ଚଳ ଥିଲେ । ବହୁବାର ତାଙ୍କ ନେତୃତ୍ୱରେ ଓଡ଼ିଶା ଦଳ ରଣଜୀ ଟ୍ରଫି ଖେଳିଛି । ନିକଟରେ କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡା ପୁରସ୍କାର ଚୟନ ସମିତିର ବୈଠକ ବସିଥିଲା । ସହିଦ ସ୍ପୋର୍ଟିଂ ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ପୌରାହିତରେ ଅନୁଷ୍ଠିତ ଏହି ବୈଠକରେ ସନାତନ ପାଣି, ସୁଶାନ୍ତ ମହାନ୍ତି, ସଞ୍ଜୀବ ବିଶ୍ୱାଳ, ସମ୍ବିଦ ମହାପାତ୍ର, ସୁରେଶ ସ୍ୱାଇଁ, ନିରଞ୍ଜନ ରେzୀ, ତନ୍ମୟ ଦାସ, ସମୀକ୍ଷା ପଟ୍ଟନାୟକ, ମନୋରଞ୍ଜନ ଦାସ, ଉମାକାନ୍ତ ମିଶ୍ର ଏବଂ ସମୀର ରାଉତ ଯୋଗଦେଇଥିଲେ । ୨୦୧୨ରେ କିଶୋର ମାଣିଆ, ୨୦୧୩ ଜୋସ୍‌ ଜାକବ, ୨୦୧୪ରେ ନନ୍ଦ କିଶୋର ପଟ୍ଟନାୟକ, ୨୦୧୫ରେ ନୀଳମାଧବ ଦେଓ ଏବଂ ୨୦୧୭ରେ ଅଶୋକ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଜୀବନବ୍ୟାପୀ ଯୋଗଦାନ ସକାଶେ ମଦନମୋହନ ମହାନ୍ତି, ୨୦୧୫ରେ ବିଜୟ ଶତପଥୀ ଏବଂ ୨୦୧୭ ଅରୂପାନନ୍ଦ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିକଟରେ ସହିଦ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ହେବାକୁଥିବା ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉସିବରେ ଅଶୋକାନନ୍ଦ ଜେନା ଓ ରଶ୍ମିତାଙ୍କୁ ସମ୍ମାନିତ କରାଯିବ ବୋଲି ସମ୍ପାଦକ ପଙ୍କଜ ପଟ୍ଟନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here