ଭୁବନେଶ୍ୱର: ଚତୁର୍ଦଶ ହକି ପୁରୁଷ ବିଶ୍ୱକପରେ ବହୁ ଖ୍ୟାତନାମା କ୍ରୀଡାବିତଙ୍କ ଆଗମନ ଜାରି ରହିଛି । ଗୁରୁବାର ପୁଲ ଏ’ର ତୃତୀୟ ପର୍ଯ୍ୟାୟ ଲିଗ୍‌ ମ୍ୟାଚ୍‌ ସ୍ପେନ୍‌ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ଖେଳାଯାଇଛି । ଏଥିରେ ଅଲିମ୍ପିଆନ୍‌ ଲଙ୍ଗଜମ୍ପ କୁଇନ୍‌ ଅଞ୍ଜୁ ବବିଜର୍ଜ ଅତିଥି ଭାବେ ଯୋଗ ଦେଇଥିଲେ । ଦୁଇ ଦଳର ଖେଳାଳିଙ୍କ ହସ କରମର୍ଦନ କରିବା ପରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା । ଭୁବନେଶ୍ୱରକୁ ଅଞ୍ଜୁ ବହୁବାର ଆସିଛନ୍ତି । ହେଲେ ହକି ବିଶ୍ୱକପ ସମୟରେ ଆସିବାର ସୁଯୋଗ ତାଙ୍କ ପାଇଁ ନିଆରା ଅନୁଭୂତି ବୋଲି କହିଛନ୍ତି । ୨୦୧୭ରେ କଳିଙ୍ଗ ଷ୍ଟାଡିୟମରେ ୨୨ତମ ଏସୀୟ ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେତେବେଳେ ଓଡ଼ିଶା ଆସିଥିଲି । ହେଲେ ଏବେକାର କଳିଙ୍ଗ ଷ୍ଟାଡିୟମ ଓ ସେତେବେଳେର ସମୟ ମଧ୍ୟରେ ଆକାଶପାତାଳ ଫରକ ଦେଖୁଛି । କଳିଙ୍ଗ ଷ୍ଟାଡିୟମ ଅନ୍ତର୍ଜାତୀୟ ଲୁକ୍‌ ପାଇଛି । ସାରା ଦେଶବାସୀଙ୍କ ପାଇଁ ଏହା ଗର୍ବ ଗୌରବ କଥା ବୋଲି ଅଞ୍ଜୁ କହିଛନ୍ତି ।
ଦୌଡକୁଦରେ ଅଲିମ୍ପିଆନ୍‌ ଅଞ୍ଜୁଙ୍କ ଚମକ ଏଯାବତ୍‌ ତାଙ୍କୁ ସ୍ମରଣୀୟ କରି ରଖିଛି । ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଅଞ୍ଜୁ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ । ଲଙ୍ଗଜମ୍ପରେ ସେ ୬.୮୩ ମିଟର ସହ ୫ମ ସ୍ଥାନରେ ଅଭିଯାନ ଶେଷ କରିଥିଲେ । ୨୦୦୩ ପ୍ୟାରିସ୍‌ ବିଶ୍ୱ ଚାମ୍ପିଅନସିପ୍‌ରେ ବ୍ରୋଞ୍ଜ, ୨୦୦୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ, ଏସିଆଡ୍‌ ୨୦୦୨ ବସାନରେ ସ୍ୱର୍ଣ୍ଣ ଓ ୨୦୦୬ ଦୋହାରେ ରୌପ୍ୟ ପଦକ ହାସଲ କରିଥିଲେ ।

Loading...

LEAVE A REPLY

Please enter your comment!
Please enter your name here