nalco

ଭୁବନେଶ୍ୱର, ୧୧ ଜାନୁଆରୀ – ଧାନ ମଣ୍ଡିରେ ଚାଷୀ ହଇରାଣ ହେଉଛନ୍ତି । ମଣ୍ଡି ଖୋଲାଯାଇନାହିଁ । ଧାନର ଅଭାବୀ ବିକ୍ରି ନେଇ କେନ୍ଦ୍ରମନ୍ତ୍ରୀ ଯେଉଁ ଅଭିଯୋଗ ଆଣିଛନ୍ତି ତାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ମୂଲ୍ୟରେ ଚାଷୀମାନଙ୍କ ଠାରୁ ଧାନ କ୍ୟୁଂଟାଲ ପିଛା ୧୭୫୦ ଟଙ୍କାରେ କିଣାଯାଉଛି ।
କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ଭିତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଯଦି ଅଭିଯୋଗରେ କୌଣସି ସତ୍ୟତା ରହିଥିବା ଦେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here